Below header

ଭଗବାନ ଗଣେଶଙ୍କ ଏହି ମନ୍ଦିରରେ ରହିଛି ଏମିତି କିଛି ଖାସ୍‌ କଥା, ପ୍ରତିବର୍ଷ କୋଟି କୋଟି ଚିଠି ଓ ନିମନ୍ତ୍ରଣ ପତ୍ର ଆସିଥାଏ ଏଠାକୁ

ସମସ୍ତେ ଜାଣନ୍ତି ଭଗବାନ ଣେଶ ହେଉଛନ୍ତି ବିଘ୍ନ ବିନାଶକ । ପ୍ରତି କାର୍ଯ୍ୟର ପ୍ରାରମ୍ଭରେ ଗଣପତିଙ୍କୁ ପୂଜା କଲେ ସବୁ କାମ ଶୁଭ ହୋଇଥାଏ । ଗଣପତିଙ୍କୁ ପୂଜା କଲେ ଭକ୍ତଙ୍କର ସବୁ କଷ୍ଟ ଦୂର ହୋଇଥାଏ । ଦେଶରେ ଅନେକ ଗଣେଶ ମନ୍ଦିର ରହିଛି । ତେବେ ରାଜସ୍ଥାନର ରଣଥମ୍ବୋର ଠାରେ ରହିଥିବା ତ୍ରିନେତ୍ର ଗଣେଶ ମନ୍ଦିର ସାରା ବିଶ୍ୱରେ ପ୍ରସିଦ୍ଧ ।

trinetra ganeshji
photo credit: punjabkesari.in

ମନ୍ଦିରର ବିଶେଷତ୍ତ୍ୱ ହେଉଛି ପ୍ରତିବର୍ଷ ଏଠାକୁ କୋଟି କୋଟି ସଂଖ୍ୟାରେ ଚିଠି ଓ ନିମନ୍ତ୍ରଣ ପତ୍ର ପଠାଯାଇଥାଏ । ଏହି ମନ୍ଦିରକୁ ଆସୁଥିବା ପତ୍ରର ଗଣେଶଜୀଙ୍କ ନାମରେ ଠିକଣା ଲେଖାଯାଇଥାଏ । ଡାକବାଲା ମଧ୍ୟ ଗଣେଶଜୀଙ୍କ ନାମରେ ଆସିଥିବା ପତ୍ରଗୁଡ଼ିକୁ ଏହି ମନ୍ଦିରରେ ଶ୍ରଦ୍ଧା ପୂର୍ବକ ଦେଇଥାଏ । ମନ୍ଦିର ପୂଜକ ମଧ୍ୟ ଏହି ପତ୍ରକୁ ଭଗବାନ ଗଣେଶଜୀଙ୍କୁ ଶ୍ରଦ୍ଧାର ସହ ପଢ଼ି ଶୁଣାଇଥାନ୍ତି ।

trinetra ganeshji
photo credit: punjabkesari.in

ମାନ୍ୟତା ରହିଛି ଯେ ଭଗବାନ ତ୍ରିନାଥ ଗଣେଶଜୀଙ୍କୁ ନିମନ୍ତ୍ରଣ ପଠାଇବା ଦ୍ୱାରା ସବୁ କାର୍ଯ୍ୟ ବିନା ବିଘ୍ନରେ ସମାପ୍ତ ହୋଇଥାଏ । ପୁରା ଦୁନିଆରେ ଏହା ଏକମାତ୍ର ମନ୍ଦିର ଯେଉଁଠି ଗଣେଶଜୀଙ୍କର ତିନି ନେତ୍ର ବାଲା ପ୍ରତିମା ପୂଜା ପାଇଥାନ୍ତି । ଏଠାରେ ଗଣପତି ବପ୍ପା ପୁରା ପରିବାର, ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧି ଓ ଦୁଇ ପୁତ୍ର ଶୁଭ ଓ ଲାଭ ଙ୍କ ସହ ବିରାଜିତ ଅଟନ୍ତି ।

trinetra
photo credit: punjabkesari.in

ଏଠାରେ ଗଣେଶଜୀଙ୍କ ତୃତୀୟ ନେତ୍ରକୁ ଜ୍ଞାନ ନେତ୍ର ବୋଲି ମନାଯାଏ । ଗଜବନ୍ଦନ ଚିତ୍ରତମ ନାମକ ଗ୍ରନ୍ଥରେ ବିନାୟକଙ୍କ ତୃତୀୟ ନେତ୍ର ବିଷୟରେ ବର୍ଣ୍ଣନା କରାଯାଇଛି । ମାନ୍ୟତା ରହିଛ ଯେ ଭଗବାନ ଶିବ ନିଜର ତୃତୀୟ ନେତ୍ରକୁ ଉତ୍ତରାଧିକାରୀ ରୂପରେ ଗଣେଶଙ୍କୁ ପ୍ରଦାନ କରିଥିଲେ । ଯେଉଁଥିପାଇଁ ଭଗବାନ ଶିବଙ୍କର ସମସ୍ତ ଶକ୍ତି ଗଣେଶଜୀଙ୍କ ମଧ୍ୟରେ ନିହିତ ରହିଛି ଓ ତାଙ୍କୁ ତ୍ରିନେତ୍ର ଭାବେ ଏଠାରେ ପୂଜା କରାଯାଇଥାଏ ।

ଏହି ମନ୍ଦିର ୧୫୭୯ ଫୁଟ ଉଚ୍ଚ ଆରାବଳି ଓ ବିନ୍ଧ୍ୟାଚଳ ପର୍ବତ ଉପରେ ବିଦ୍ୟମାନ । ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁତ ଶିଡି ଚଢ଼ିବାକୁ ପଡ଼ିଥାଏ । ଘରେ କୌଣସି ଶୁଭ କାର୍ଯ୍ୟ ହେଲେ ସର୍ବପ୍ରଥମେ ଗଣେଶଜୀଙ୍କୁ ନିମନ୍ତ୍ରଣ ପଠାଯାଇଥାଏ । ଖାଲି ସେତିକି ନୁହେଁ କୌଣସି ଅସୁବିଧା ଆସିଲେ ଭକ୍ତ ଏଠାକୁ ତା’ର ଅସୁବିଧା ସମ୍ପର୍କରେ ପତ୍ର ଲେଖି ଜଣାଇଥାଏ । ଯାହାକୁ ପୂଜାରୀ ପଢ଼ି ଗଣେଶଜୀଙ୍କୁ ଶୁଣାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.