କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କଲେ ନିର୍ଦ୍ଦେଶକ

ଅନ୍ୟ କେହି ଦୋଷୀ ବାହାରିଲେ ଆକ୍ସନ ନିଆଯିବ । ୩ ଜଣିଆ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳଙ୍କର ଝିଅ ହୋଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ହେଲେ ଅଭିଯୋଗକାରୀ

ଭୁବନେଶ୍ବର(କେନ୍ୟୁଜ୍):କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜଣେ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରାଯାଇଛି। ଅନ୍ୟ କେହି ଦୋଷୀ ବାହାରିଲେ ଆକ୍ସନ ନିଆଯିବ । ୩ ଜଣିଆ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳଙ୍କର ଝିଅ ହୋଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ହେଲେ ଅଭିଯୋଗକାରୀ

ଏହାକୁ ଗ୍ରହଣ କରି ନଥିବାରୁ ମାମଲା ପୋଲିସକୁ ଦିଆଯାଇଛି । କ୍ୟାପିଟାଲ ଥାନା ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଅଭିଯୋଗକାରୀ DNA ଟେଷ୍ଟ ପାଇଁ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ । କିନ୍ତୁ ପରେ ତାଙ୍କୁ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.