ନାବାଳିକାକୁ ନିର୍ଯାତନା ସହ ଡଷ୍ଟବିନରେ ଖାଇବାକୁ ଦେଉଥିଲେ ମେଜର ଏବଂ ତାଙ୍କ ପତ୍ନୀ, ପୋଲିସ କଲା ଗିରଫ

୧୬ ବର୍ଷୀୟ ନାବାଳିକା ଚାକିରିକୁ ଡଷ୍ଟବିନରେ ଖାଇବାକୁ ଦେବା ସହିତ ମାରପିଟ କରୁଥିଲେ ଭାରତୀୟ ସେନା ମେଜର ଏବଂ ତାଙ୍କ ପତ୍ନୀ । ନାବାଳିକାକୁ ନିବସ୍ତ୍ର କରି ମାରିବା ସହିତ ଶରୀରରୁ ବାହାରୁଥିବା ରକ୍ତ ଚାଟିବାକୁ କହୁଥିଲେ ।

ଭାରତୀୟ ସେନା ମେଜର ଏବଂ ତାଙ୍କ ପତ୍ନୀଙ୍କୁ ଘର କାମ ପାଇଁ ରଖିଥିବା ଜଣେ ନାବାଳିକାକୁ ନିର୍ଯାତନା ଦେବା ଏବଂ ଡଷ୍ଟବିନରେ ଖାଇବାକୁ ଦେଇଥିବା ଅଭିଯୋଗରେ ଆସାମ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ମେଜରଙ୍କ ନାମ ଶୈଳେନ୍ଦ୍ର ଯାଦବ ବୋଲି ଜଣାପଡିଛି ।

ଖବର ମୁତାବକ, ଆସାମର ଦିମାରେ ମେଜରଙ୍କ ଏବଂ ତାଙ୍କ ପତ୍ନୀ ଘର ପାଇଁ ଜଣେ ନାବାଳିକାକୁ ଘରେ ରଖିଥିଲେ । ନାବାଳିକା ଜଣକ କାମରେ କିଛି ଖିଲାପ କଲେ ମେଜରଙ୍କ ପତ୍ନୀ ଜଣକ ପିଲାଟିକୁ ମାରପିଟ୍‌ କରନ୍ତି । ଝିଅଟିର ଦାନ୍ତ ଭାଙ୍ଗିଯାଇଛି, ଦେହରେ ଚେଙ୍କ ଦାଗ ବି ଅଛି। ତା’ର ନାକ ହାଡ଼ ଭାଙ୍ଗି ଯାଇଥିବା ଏବଂ ଜିଭରେ କଟା ଚିହ୍ନ ଥିବା କଥା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି।

୧୬ ବର୍ଷୀୟ ଝିଅଟି ଖାଇବାକୁ ମାଗିବାରୁ ତାକୁ ଡଷ୍ଟବିନରେ ଖାଇବାକୁ ଦିଆଯାଉଥିଲା । ଝିଅଟି ଅଭିଯୋଗ କରିଛି ଯେ, ତାକୁ ଉଲଗ୍ନ କରି ଦେହରୁ ରକ୍ତ ବାହାରିବା ପର୍ଯ୍ୟନ୍ତ ମାଡ଼ ଦିଆଯାଉଥିଲା। ତା’ପରେ ଦେହରୁ ବୋହୁଥିବା ରକ୍ତକୁ ଚାଟିବାକୁ କୁହାଯାଉଥିଲା । ଦିମା ହା‌ସାଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମୟଙ୍କ କୁମାର କହିଛନ୍ତି ଯେ, ‘ପୋକ୍‌ସୋ’ ଏବଂ ‘ଏସି/ଏସ୍‌ଟି’ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.