ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର : ଉନ୍ନତ ଚିକିତ୍ସା ପାଇଁ ହେବେ ସ୍ଥାନାନ୍ତର

ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍‌ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ।

(କେନ୍ୟୁଜ): ଓଲିଉଡ୍‌ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତର ରହିଛି । ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍‌ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍‌ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା । ତେବେ ଏଥିପାଇଁ କୌଣସି ଡୋନର ମିଳୁ ନାହାନ୍ତି । ତା ସହିତ ଅପରେସନ୍‌ ପାଇଁ ଅର୍ଥର ଅଭାବ ରହିଛି ବୋଲି ପିଣ୍ଟୁଙ୍କ ଭାଇ ସୂଚନା ଦେଇଛନ୍ତି ।

ଦୀର୍ଘ ବର୍ଷ ହେବ ଓଡ଼ିଆ ଫିଲ୍ମରେ ସକ୍ରିୟ ଅଛନ୍ତି ପିଣ୍ଟୁ ନନ୍ଦ। କେତେବେଳେ ଖଳନାୟକ ତ ଆଉ କେତେବେଳେ ସହ ନାୟକ ପୁଣି କେବେ ହାସ୍ୟ ଅଭିନେତା ଭାବେ ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। କ୍ୟାରିଅରର ଆରମ୍ଭରେ ଆଲବମ ଗୀତ ଏ ଗଉରା ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.