ଆମେ ସକ୍ଷମ, କାହାରି ଠାରୁ କମ୍ ନୁହେଁ : କଥାର ନୁହେଁ ବାସ୍ତବରେ କରି ଦେଖାଇଛନ୍ତି କିଛି ଭିନ୍ନକ୍ଷମ ଭାଇଭଉଣୀ

ଆଜି ବି ରହିଛି ସମାଜର ବାଛ ବିଚାର। ଲୋକଙ୍କ ଆଖିରେ ଅବହେଳିତ ଓ ଘୃଣିତ ହେଉଛନ୍ତି ଭିନ୍ନକ୍ଷମ ମାନେ । ଏମାନେ କିଛି କରି ପାରିବେ ନାହିଁ ବୋଲି ସମସ୍ତଙ୍କର ରହିଛି ଭାବନା। ଯାହାଦ୍ବାରା ସେମାନେ ସାମିଲ ହୋଇପାରୁ ନାହାନ୍ତି ସମାଜର ମୁଖ୍ଯ ସ୍ରୋତରେ।

ବାସୁଦେବପୁର(କେନ୍ୟୁଜ୍):  ଆଜି ବି ରହିଛି ସମାଜର ବାଛ ବିଚାର। ଲୋକଙ୍କ ଆଖିରେ ଅବହେଳିତ ଓ ଘୃଣିତ ହେଉଛନ୍ତି ଭିନ୍ନକ୍ଷମ ମାନେ । ଏମାନେ କିଛି କରି ପାରିବେ ନାହିଁ ବୋଲି ସମସ୍ତଙ୍କର ରହିଛି ଭାବନା। ଯାହାଦ୍ବାରା ସେମାନେ ସାମିଲ ହୋଇପାରୁ ନାହାନ୍ତି ସମାଜର ମୁଖ୍ଯ ସ୍ରୋତରେ।

କିନ୍ତୁ ସେମାନେ ସକ୍ଷମ, କାହା ଠାରୁ କମ ନୁହେଁ। କଥାର ନୁହେଁ ବାସ୍ତବରେ କରି ଦେଖାଇଛନ୍ତି ଭିନ୍ନକ୍ଷମ ବ୍ଯକ୍ତି ମାନେ। କାହାରି ନାହିଁ ଆଖି। ତଥାପି ନିଜ ମନକୁ ଦୃଢ କରି ପାଦ ଥାପି ଥାପି ଚାଲିଛନ୍ତି ଆଗକୁ ଆଗକୁ। ନିଜ ମଧ୍ଯରେ ଲୁଚି ରହିଥିବା ପ୍ରତିଭାକୁ ସଭିଁଙ୍କ ଆଗରେ ପରିପ୍ରକାଶ କରିବାକୁ ଖୋଜୁଛନ୍ତି ସୁଯୋଗ। ସୁଦୁର ବାଲେଶ୍ୱରରୁ ଆସି ପହଂଚିଛନ୍ତି ବାସୁଦେବପୁରକୁ ସଚେତନତାର ବାର୍ତ୍ତା ନେଇ। ନୀଳମଣୀ ମାର୍କେଟ କମ୍ପ୍ଲେକ୍ସ ମଧ୍ଯରେ ନାଚ ଗୀତ କରି ଲୋକ ମାନଙ୍କ ମଧ୍ଯରେ ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି। ଏମାଙ୍କର ଭାବ ଭଙ୍ଗୀ ଓ ମଧୁର ସଂଗୀତ ସମସ୍ତଙ୍କୁ ମୁଗ୍ଧ କରିଦେଇଛି। ଆଖି ନଥାଇବି ଯନ୍ତ୍ରପାତିକୁ ସୁନ୍ଦର ଭାବେ ବଜାଇ ଚାଲିଛନ୍ତି।

ତେବେ ନିଜ ଚେଷ୍ଟାରେ ଯେ ଦୁନିଆକୁ କିଛି କରି ଦେଖାଇ ଦିଏ ସେ ଭିନ୍ନକ୍ଷମ ନୁହଁନ୍ତି। ସମାଜରରେ ନିଜ ମଧ୍ଯରେ ଭଲ ପାଇବା ରହିଲେ ଅନ୍ତର୍ନିହିତ ଗୁଣ ବିକଶିତ ହୋଇଥାଏ। ସମସ୍ତେ ସମ୍ମିଳିତ ହେଲେ ସୁସ୍ଥ ସମାଜ ଗଠନ ହେବ। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଛି କେତେ ଆଇନ। ସେମାନଙ୍କର ସୁରକ୍ଷା ଓ ବଂଚିବାର ଅଧିକାର ପାଇଁ ସରକାର ୨୦୧୬ ମସିହାରେ ତିଆରି କରଛନ୍ତି ଆଇନ।

ତେବେ ଜନ ସଚେତନତା ପାଇଁ ବାଲେଶ୍ୱରରୁ ବାହାରିଛି ଏହି ଦଳ। ଓଁଙ୍କାର ଭଜନ ଅମୃତ ସମର୍ପଣ ଦୃଷ୍ଟିହୀନ ନାମରେ ଏକ ଦଳ ଗଠନ କରି ବିଭିନ୍ନ ଛକ ମାନଙ୍କରେ ଭଜନ ପରିବେଷଣ କରି ଲୋକ ମାନଙ୍କ ମନ ମୋହିବା ସହିତ ସେମାନଙ୍କ ଠାରୁ ଯାହା ଦାନ ସୂତ୍ରରେ ଅର୍ଥ ପାଇବେ ତାକୁ ନେଇ ତାଙ୍କର ପେଟ ପୋଷିବେ ବୋଲି କହିଛନ୍ତି ଦୃଷ୍ଟି ହୀନ କଳାକାର ମାନେ। ଭିନ୍ନକ୍ଷମ ମାନଙ୍କୁ ନେଇ ଆରମ୍ଭ ହୋଇଥିବା ସଚେତନତା ଅଭିଯାନରେ ରହିଛନ୍ତି ଅନେକ ଭିନ୍ନକ୍ଷମ ଭାଇ ଭଉଣୀ ମାନେ। ଉଦେଶ୍ଯ ଖାଲି ଏତିକି ରହିଛି ଗ୍ରାମାଞ୍ଚଳରେ ରହୁଥିବା ଭିନ୍ନକ୍ଷମ ମାନଙ୍କୁ ସମାଜରେ ଘୃଣା ନୁହେଁ, ସ୍ନେହ,ଶ୍ରଦ୍ଧା ଓ ସୁଯୋଗ ପ୍ରଦାନ କଲେ ସେମାନେ ତାଙ୍କର ଲୋକାୟିତ ପ୍ରତିଭା ପ୍ରଦର୍ଶନ କରିପାରିବେ।