ଅଷ୍ଟ୍ରେଲିଆକୁ ଝଟକା, ତୃତୀୟ ଟେଷ୍ଟରେ ଖେଳିବେନି ପ୍ୟାଟ୍ କମିନ୍ସ, ଅଧିନାୟକ ଦାୟିତ୍ୱ ତୁଲାଇବେ ଷ୍ଟିଭ ସ୍ମିଥ
ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ରେ ଖେଳିବେନି ଅଧିନାୟକ ପ୍ୟାଟ୍ କମିନ୍ସ । ଅଧିନାୟକ ଦାୟିତ୍ୱ ତୁଲାଇଲେ ଷ୍ଟିଭ ସ୍ମିଥ। ମା’ଙ୍କ ଦେହ ଖରାପ ଥିବା ଯୋଗୁଁ ତୃତୀୟ ମ୍ୟାଚ୍ ଖେଳିବେନି କମିନ୍ସ ।
ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟକା । ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ। ଦ୍ୱିତୀୟ ଟେଷ୍ଟ ପରେ ତୁରନ୍ତ ଅଷ୍ଟ୍ରେଲିଆ ଫେରି ଯାଇଥିବା କମିନ୍ସଙ୍କ ମାଙ୍କ ଦେହ ଖରାପ ଅଛି। ତେଣୁ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତ ଆସିପାରିବେ ନାହିଁ କମିନ୍ସ । ତାଙ୍କ ବଦଳରେ ଟିମର ଅଧିନାୟକ ଦାୟିତ୍ୱ ନେବେ ଷ୍ଟିଭ ସ୍ମିଥ ।
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସମୟରେ କମିନ୍ସଙ୍କ ପାଖରେ ମା’ଙ୍କ ଅସୁସ୍ଥତା ନେଇ ଖବର ପହଞ୍ଚିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ସରିବା ପରେ କମିନ୍ସ ସିଡନୀ ଅଭିମୁଖେ ଉଡାଣ ଭରିଥିଲେ । ପୂର୍ବରୁ କୁହାଯାଉଥିଲା ଯେ ସେ ମାର୍ଚ୍ଚ ୧ରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ବେଳକୁ ଭାରତ ଫେରି ଆସିବେ। ହେଲେ ଏବେ ମା’ ସୁସ୍ଥ ହୋଇନଥିବା ଯୋଗୁଁ କମିନ୍ସ ଭାରତ ଫେରିବେ ନାହିଁ କି ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ ତାହିଁ ।
କମିନ୍ସ କହିଛନ୍ତି, ଏହି ସମୟରେ ଭାରତ ଫେରିବା ମୋ ପକ୍ଷେ ସମ୍ଭବ ନୁହେଁ। ମୁଁ ଭାବୁଛି ମୋ ପରିବାର ସହ ସମୟ ବିତାଇବା ଭଲ ହେବ। କ୍ରିକେଟ ଅଷ୍ଟ୍ରେଲିଆ ଓ ମୋ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି। ସେମାନେ ସବୁ କିଛି ବୁଝି ପାରିଥିବାରୁ ଧନ୍ୟବାଦ।”
JUST IN: Pat Cummins will remain home for the third #INDvAUS Test in Indore after he this week returned to Sydney due to a family illness | @LouisDBCameron https://t.co/zlAXrSclc5 pic.twitter.com/COIpgKUpfD
— cricket.com.au (@cricketcomau) February 24, 2023
ବଲ ଟାମ୍ପରିଂ ମାମଲାରେ ଫସିଥିବା ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ହରାଇଥିଲେ। ହେଲେ ଏହି ଘଟଣାକୁ ଅନେକ ବର୍ଷ ବିତି ଯାଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କ ଉପରୁ ବ୍ୟାନ ହଟାଇ ଦେଇଛି।
ସ୍ମିଥ ୨୦୧୪ ଏବଂ ୨୦୧୮ ମଧ୍ୟରେ ୩୪ ଟେଷ୍ଟ ମ୍ୟାଚରେ ଟିମର ଅଧିନାୟକ ରହିଥିଲେ । ୨୦୧୭ରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ଗସ୍ତ କରିଥିଲା। ସେତେବେଳେ ସ୍ମିଥ ୩ଟି ଶତକ କରିଥିଲେ । ହେଲେ ଏବେ ସ୍ମିଥଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତେବେ କମିନ୍ସ ଚତୁର୍ଥ ମ୍ୟାଚ ବେଳକୁ ଭାରତ ଫେରିବେ କି ନାହିଁ, ତାହା ପରେ ଜଣାପଡିଛି ।
ଭାରତ ୪ଟି ଟେଷ୍ଟ ମ୍ୟାଚ୍ ସିରିଜରେ ୨-୦ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍ ଇନିଂସ ବିଜୟ ସହିତ ୧୩୨ ରନରେ କଙ୍ଗାରୁ ଦଳକୁ ହରାଇଥିଲା ଭାରତ । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ୬ ଓ୍ଵିକେଟରେ ଜିତିଥିଲା । ତେବେ ୨ଟି ଯାକ ମ୍ୟାଚ୍ ହାରିବା ପରେ ଟିମ୍ ସଦସ୍ୟ ଉପରେ ବର୍ଷିଥିଲେ ଅଧିନାୟକ ପ୍ୟାଟ୍ କେମିନ୍ସ ।