Below header

ଥାନାରେ ପୁଣି ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଜାଣିଶୁଣି ସେ ରହୁଥିବା ରୁମରୁ ବିଦ୍ୟୁତ୍‌ ସଂଯୋଗ କାଟିଦିଆଯାଇଥିବା ଅଭିଯୋଗ

କଟକ: ଥାନାରେ ପୁଣି ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କଟକ ପୁରୀଘାଟ ଥାନାରେ ଗତକାଲି ଆଉ ଏକ ଏତଲା ଦେଇଛନ୍ତି। ଅଭିଯୋଗ ମୁତାବକ ସେ ରହୁଥିବା ପ୍ରକୋଷ୍ଠରୁ ଜାଣିଶୁଣି ବିଦ୍ୟୁତ୍‌ ସଂଯୋଗ କାଟିଦିଆଯାଇଛି। ଫଳରେ ତାଙ୍କ ରୁମ୍‌ର ଏସି ସହ ଅନ୍ୟ କୌଣିସି ବୈଦୁତିକ ଉପକରଣ କାମ କରୁନାହିଁ।

anubhav barshaତାଙ୍କ ଶାଶୁଘର ଲୋକ ତାଙ୍କୁ ହଇରାଣ କରୁଥିବା ସେ ନିଜ ଏତାଲାରେ ଉଲ୍ଲେଖ କରିଛନ୍ତି। ତେବେ ଏ ସମ୍ପର୍କରେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି ବର୍ଷା। ଏହାପୂର୍ବରୁ ଶାଶୁ ଘର ଲୋକଙ୍କ ନାଁରେ ପୁରୀଘାଟ ଥାନାରେ ମୋଟ ୪ଟି ମାମଲା ଦାୟର କରିଛନ୍ତି ବର୍ଷା। ବର୍ଷାଙ୍କ ଠାରୁ ବିବାହ ବିଛେଦ ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଦାୟର କରିଥିବା ମାମଲାକୁ କଟକର ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। କଟକ ପରିବାର ଅଦାଲତରେ ହାଜର ହେବେ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.