ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନର୍ଲା : ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ନର୍ଲା ସିଏଚସିର ପିଏଚଇଓ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଶାକର୍ମୀ ନିଯୁକ୍ତିରେ ଅନିୟମିତତା ନେଇ ମହିଳା ଜଣକ ସିଏଚସି ପିଏଚଇଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

ସେଠାରେ ପିଏଚଇଓ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମହିଳା ଜଣକ ଏତଲାରେ ଦର୍ଶାଇଛନ୍ତି। କୋଭିଡ ସମୟରେ ତିନିମାସିଆ ଏଏନଏମ ନିଯୁକ୍ତି ପାଇଥିଲେ ମନୋରମା ବାରିକ। ପରେ ନର୍ଲା ସିଏଚସି ପାଇଁ ଆଶାକର୍ମୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ସେ ଆବେଦନ କରିଥିଲେ। କିନ୍ତୁ ନିଯୁକ୍ତିରେ ଅନିୟମିତତା ନେଇ ସେ ପିଏଚଇଓଙ୍କ ନିକଟକୁ ଯାଇଥିଲେ। ଏହାର ଭିଜିଲାନ୍ସ ତଦନ୍ତ କଲେ ସତ୍ୟତା ଜଣାପଡ଼ିବ ବୋଲି ଅଭିଯୋଗକାରିଣୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.