କଲରାବାଙ୍କରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ବିପୁଳ ସମ୍ବର୍ଦ୍ଧନା

କଟକ ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ବିପୁଳ ସମ୍ବର୍ଦ୍ଧନା । ଡକ୍ଟର ସାମନ୍ତ ପ୍ରଥମେ ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଆୟୋଜିତ ସମ୍ବର୍ଦ୍ଧନା ସଭାର ଯୋଗଦେଇଥିଲେ । ନୀଳିମାରାଣୀ ମେମୋରିଆଲ ଚାରିଟେବଲ ଟ୍ରଷ୍ଟର ସଭାପତି ଅନ୍ତର‌୍ୟ୍ୟାମୀ ସାମନ୍ତ ସଭାପତିତ୍ୱ କରିଥିଲେ ।

ଏହା ସହ ଗ୍ରାମ କମିଟିର ସଭାପତି ଅଞ୍ଜନ କୁମାର ସାମନ୍ତ, ସଂପାଦକ ଅଭିନ୍ନ ଚନ୍ଦ୍ର କେଶ, ଦୁର୍ଗା ଚରଣ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଡକ୍ଟର ସାମନ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ କଲରାବାଙ୍କ ଗ୍ରାମବାସୀଙ୍କ ସମେତ ମାଣପୁର ପଞ୍ଚାୟତ, ଇଷାଣିବରମପୁର ଆଦି ପଞ୍ଚାୟତର ଲୋକେ ଉପସ୍ଥିତ ରହି ଡକ୍ଟର ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡକ୍ଟର ସାମନ୍ତ ସମସ୍ତଙ୍କ କୃତଜ୍ଞତା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.