Below header

ବନ୍ଧା ହେଲେ କୁଚିଣ୍ଡାର ଅତିରିକ୍ତ ତହସିଲଦାର, କାଲି ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ

କୁଚିଣ୍ଡା(କେନ୍ୟୁଜ୍):   ଲାଞ୍ଚ ନେଇ ଗିରଫ ହେଲେ ଅତିରିକ୍ତ ତହସିଲଦାର । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ । କୋର୍ଟରେ ହାଜର ପରେ ତାଙ୍କୁ ୨୧ ତାରିଖ ଯାଏ ଜେଲକୁ ପଠାଇ ଦିଆଯାଇଛି । ଜବତ ଗାଡ଼ିର ଜରିମାନା ଟଙ୍କାକୁ କମାଇ ଦେବାକୁ କହି ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା ।

ଏତିକିବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏହାପରେ ତାଙ୍କ ସରକାରୀ କ୍ୱାର୍ଟର, ଶ୍ୱଶୂର ଘର ଓ ପୈତୃକ ଘରେ ରେଡ୍‌ ହୋଇଥିଲା । ଘରୁ ଜବତ ହୋଇଥିଲା ନଗଦ ୩ ଲକ୍ଷ ୩ହଜାର ୬୧୦ ଟଙ୍କା । କଟକ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ଲଟ୍‌ ଠାବ ହୋଇଛି । ୧୨ଲକ୍ଷ ୯୩ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି । ସାରଦ ମହାରଣାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.