ସମୁଦ୍ରକୂଳରେ ଖୁଲମ୍‌ଖୁଲା ବୁଲୁଛନ୍ତି ଛୁଆ ଡାଇନୋସର, ଦେଖିବା ପରେ ଲୋକଙ୍କ ଅବସ୍ଥା ଖରାପ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଡାଇନୋସର ଗ୍ରୁପ୍‌ର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହା ଦେଖିବା ପରେ ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଛି। ଲୋକମାନେ ଭୟ ଓ ଶଙ୍କାରେ ଅଛନ୍ତି ଯେ ପୁଣିଥରେ କାଳେ ଡାଇନୋସର ଆସିବେ ଓ ଦୁନିଆକୁ ନିପାତ କରି ଦେବେ। ଭିଡିଓରେ ଦେଖାଯାଇଛି ଯେ ଏକ ସମୁଦ୍ର କୂଳରେ ଛୋଟ ଛୋଟ ଡାଇନୋସରମାନେ ଦୌଡ଼ୁଛନ୍ତି। ଟ୍ଵିଟରରେ ଏହି ଭିଡିଓକୁ Buitengebieden ପକ୍ଷରୁ ସେୟାର କରାଯାଇଛି। ଏହି ପୋଷ୍ଟର କ୍ୟାପସନ୍‌ରେ ଲେଖାଯାଇଛି- ଏଥିପାଇଁ ମୋତେ ମାତ୍ର କିଛି ସେକେଣ୍ଡ ଲାଗିଥିଲା।

ଭିଡିଓରେ ନଜର ଆସୁଥିବା ଜୀବ ଲମ୍ବା ବେକ ଥିବା ଛୋଟ ଡାଇନୋସର ପ୍ରଜାତିର ସରୁପୋଡ୍ସ (species sauropods) ଭଳି ଦେଖାଯାଉଛି। ଏହି ଛୁଆ ଡାଇନୋସର ସମୁଦ୍ର ଭିତରୁ ବାହାରକୁ ବାହାରୁଛନ୍ତି। ୧୪ ସେକେଣ୍ଡର ଏହି ଭିଡିଓ ଟ୍ଵିଟର ୟୁଜର୍ସଙ୍କୁ ଭ୍ରମରେ ପକାଇ ଦେଇଛି।

ଦେଖନ୍ତୁ ଭିଡିଓ:


ତେବେ ସେୟାର ହେବାର ମାତ୍ର କିଛି ସମୟ ଭିତରେ ହିଁ ଜଣାପଡ଼ିଥିଲା ଯେ ଏମାନେ ପ୍ରକୃତରେ ଡାଇନୋସର ନୁହେଁ। ଏହା ନେଉଳ ପ୍ରଜାତିର ଏକ ଜୀବ। ଏହି ଭିଡିଓଟିକୁ ରିଭର୍ସ ବା ଓଲଟା କରାଯାଇଛି। ଫଳରେ ଲାଗୁଛି ଯେମିତି ଡାଇନୋସର ପାଣିରୁ ବାହାରୁଛନ୍ତି। କିନ୍ତୁ ପ୍ରକୃତରେ ନେଉଳ ପ୍ରଜାତିର ଏହି ଜୀବ ଜଙ୍ଗଲରୁ ବାହାରି ପାଣି ଭିତରକୁ ଯାଉଛନ୍ତି।

ଭିଡିଓରେ ନଜର ଆସୁଥିବା ଜୀବଙ୍କୁ କୋଟିସ୍‌ (Coatis) ବା କୋଟିମୁଣ୍ଡିସ୍‌ (coatimundis) ବୋଲି ମଧ୍ୟ କୁହାଯାଏ। ଏମାନେ ପ୍ରୋସିଓନିଡେ ପ୍ରଜାତିର। ଏହି ଜୀବ ଦକ୍ଷିଣ ଆମେରିକା, ମଧ୍ୟ ଆମେରିକା, ମେକ୍ସିକୋ ଓ ଦକ୍ଷିଣ-ପଶ୍ଚିମ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି। ଏହି ଭିଡିଓକୁ ଟ୍ଵିଟରରେ ୧୦.୮ ମିଲିୟନ୍‌ରୁ ଅଧିକ ଥର ଦେଖାସରିଲାଣି। ସେହିଭଳି ୪୮ ହଜାରରୁ ଅଧିକ ଲୋକ ଏହାକୁ ରି-ଟ୍ଵିଟ୍‌ ବି କରିଛନ୍ତି।

ଜଣେ ୟୁଜର ଏହି ଭିଡିଓରେ କମେଣ୍ଟ କରିଛନ୍ତି- ମୁଁ ମୋ ୯ ବର୍ଷର ପୁଅକୁ ଏହି ଭିଡିଓ ଦେଖାଇଲି। ଆଉ ଏହାର କାରଣ ଜାଣିବାକୁ ତାକୁ ମାତ୍ର କିଛି ସେକେଣ୍ଡ ହିଁ ଲାଗିଲା। ମୋତେ ଲକ୍ଷେ ବର୍ଷ ଲାଗିଯାଇଥାନ୍ତା, ଏହା କ’ଣ ଚିହ୍ନିବାକୁ। ଏସବୁ ଜୁରାସିକ୍‌ ଫିଲ୍ମ ଦେଖିବାର ପ୍ରଭାବ।

ବୟସ୍କ କୋଟିସ୍‌ (Adult coatis) ର ଆକାର ମୁଣ୍ଡଠାରୁ ଲାଞ୍ଜ ପର୍ଯ୍ୟନ୍ତ ୩୩ରୁ ୬୯ ସେମି ବା ୧୩ରୁ ୨୭ ଇଞ୍ଚ ହୋଇଥାଏ। କୋଟିସ୍‌ଙ୍କ ଆକାର ଏକ ବଡ଼ ବିଲେଇ ଭଳି ହୋଇଥାଏ। ଏମାନଙ୍କ ଓଜନ ୨ରୁ ୮ କେଜି ମଧ୍ୟରେ ରହିଥାଏ।

Also Read: ସାଂଘାତିକ ପ୍ରେମିକ: ପ୍ରେମିକାକୁ ହତ୍ୟା କରି କେନାଲରେ ଫିଙ୍ଗିଲା, ଆଉ ତା’ପରେ ପୋଲିସରେ ଯାଇ କରିଥିଲା ଅଭିଯୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.