ମୃତ୍ୟୁ ପରେ ବି ମିଳିଲାନି ସମ୍ପର୍କୀୟଙ୍କ ଚାରି କାନ୍ଧ: ଶବ ସତ୍କାର କଲା ଜିଲ୍ଳା ପ୍ରଶାସନ

ବରଗଡ଼ : ମୃତ୍ୟୁ ପରେ ବି ମିଳିଲାନି ସମ୍ପର୍କୀୟଙ୍କ ଚାରି କାନ୍ଧ । ଶବ ସତ୍କାର କଲା ଜିଲ୍ଳା ପ୍ରଶାସନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁରରେ । ବିଜେପୁର ଅନ୍ତର୍ଗତ ଖରମୁଣ୍ଡା ଗାଁର ୬୫ବର୍ଷୀୟ ଅସହାୟ ବୃଦ୍ଧ ସାନ ମେହେର ଦୀର୍ଘଦିନ ହେବ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତିଙ୍କ ନିଜର କେହି ସନ୍ତାନ ନଥିବା ବେଳେ ଶବ ସତ୍କାର ପାଇଁ କେହି ସମ୍ପର୍କୀୟ ମଧ୍ୟ ଆସିଲେ ନାହିଁ । କାରଣ ଥିଲା ସେ ଅନ୍ୟ ଜାତିରେ ବିବାହ କରିଥିଲେ । ତେଣୁ ବିଜେପୁର ଏନ୍‌ଏସି କାଯ୍ୟର୍ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ମେଡିକାଲ କର୍ମଚାରୀ ଡାକ୍ତର ରାଧେଶ୍ୟାମ ଅଗ୍ରଓ୍ଵାଲ ପ୍ରମୁଖ ସାନ ମେହେରଙ୍କ ଶବକୁ କାନ୍ଧେଇ ନେବା ସହ ସତ୍କାର କରିଛନ୍ତି । ଏଭଳି ଘଟଣା ପାଇଁ ଜିଲ୍ଲା ପ୍ରଶାସନକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.