ରଥଯାତ୍ରା ପାଇଁ ବାହାର ଲୋକଙ୍କୁ ପୁରୀ ମନା, ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପ୍ରଶାସନ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୨ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଏବଂ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ପ୍ରସ୍ତୁତି । ଚଳିତବର୍ଷ ରଥଯାତ୍ରାରେ ବାହାର ଲୋକ ଯେପରି ସହରକୁ ପ୍ରବେଶ ନକରିବେ ସେଥିପାଇଁ ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି ।

puri ratha yatra

ସେହିପରି ପୁରୀକୁ ଓ ପୁରୀରୁ କୌଣସି ବସ ଓ ଟ୍ରେନ ଚଳାଚଳ କରିବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଆବଶ୍ୟକ ପଡିଲେ ପୁରୀରେ ଥିବା ସମସ୍ତ ହୋଟେଲ, ଲଜିଂ ଓ ଧର୍ମଶାଳାକୁ ବନ୍ଦ ରଖାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.