Below header

୧ ମିନିଟ୍‌ରେ ୧୭ ଟି ଶ୍ଳୋକ ଗାଇଲେ ଯାଜପୁରର ୫ମ ଶ୍ରେଣୀ ଛାତ୍ରୀ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ କଲେ ସୃଷ୍ଟି

ଯାଜପୁର(କେନ୍ୟୁଜ୍‌) : କୁହାଯାଏ ବେଳେ ବେଳେ ଜାତିସ୍ମର ଜନ୍ମ ନେଇଥାନ୍ତି । ସେମାନେ ଏପରି କାମ କରି ଦିଅନ୍ତି ଯାହା ସାଧାରଣରେ କରିବା ମୁସ୍କିଲ୍‌ । ଏପରି କିଛି କାମ କରିଛନ୍ତି ଯାଜପୁର ବିବିସରାଇ ଗାଁର ଜଣେ ୫ମ ଶ୍ରେଣୀ ଛାତ୍ରୀ । ନାଁ ହେଉଛି ଆଦ୍ୟାଜ୍ୟୋତି । ସେ ମାତ୍ର ୧ ମିନିଟ୍‌ରେ ୧୭ଟି ଶ୍ଳୋକ ଗାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ସୃଷ୍ଟି କରିପାରିଛନ୍ତି ।

adyajyoti.

ନିକଟରେ ଅନ୍‌ଲାଇନ୍‌ରେଏପରି ଏକ ପ୍ରତିଯୋଗିତା ପାଇଁ ଅଂଶ ଗ୍ରହଣ କରିଥିଲେ ଆଦ୍ୟାଜ୍ୟୋତି । ଯେଉଁଥିରେ ସେ ମାତ୍ର ୧ ମିନିଟ୍‌ରେ ୧୭ ଟି ଶ୍ଳୋକ ଗାଇ ଇଣ୍ଡିଆ ବୁକ ଅପଂ ରେକର୍ଡ ସୃଷ୍ଟି କରିପାରିଥିଲେ । ଏହି ପ୍ରତିଯୋଗିତାରେ ଆଦ୍ୟାଜ୍ୟୋତି ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅକ୍ତିଆର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ଆଦ୍ୟାଜ୍ୟୋତି ପିଲାଟି ଦିନରୁ ଜେଜେ ବାପାଙ୍କ ଠାରୁ ଶ୍ଳୋକ ଗାଇବା ଶିଖୁଥିଲେ । ଆଦ୍ୟାଜ୍ୟୋତିଙ୍କ ଏହି ସପଂଳତା ଜଣାପଡିବା ପରେ ଆଖପାଖ ଅଂଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ନିଜ ବନ୍ଧୁ ଓ ଶୁଭେଚ୍ଛୁ ମାନେ ମିଠା ଖୁଆଇ ଆଦ୍ୟାଜ୍ୟୋତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗକୁ ଜଣେ ଭଲ ପ୍ରବଚକ ହେବାକୁ ଲକ୍ଷ୍ୟ ରଖିଛନ୍ତି ଆଦ୍ୟାଜ୍ୟୋତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.