ପୁଣି ଓଡିଶାକୁ ଫେରିଲା ନାଇଟ କର୍ଫ୍ୟୁ, ହୋଲି ଦୋଳ ପର୍ବ ଉପରେ କଟକଣା

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରିକୁ ଫେରିଲା ନାଇଟ କର୍ଫ୍ୟୁ। ଆଗକୁ ବଡ଼ ଯାତ୍ରା ଥିବାରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ।  ନାଇଟ କର୍ଫ୍ୟୁ ବେଳେ ଜାରି  ରହିବ ଜରୁରୀକାଳୀନ ସେବା ।  ୨୩ ମାର୍ଚ୍ଚରୁ ୩୧ ମାର୍ଚ୍ଚ ରାତି ୧୧ ଟା ୫୯ ମିନିଟି ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ ବୋଲି ମାଲକାନଗିରି  ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏହା ସହିତ ସର୍ବସାଧାରଣ ଜାଗାରେ ଦୋଳ ହୋଲି ପର୍ବକୁ  ସମ୍ପୂର୍ଣ୍ଣ ବାରଣ  କରାଯାଇଛି। କୋଭିଡ଼ ଗାଇଡ଼ଲାଇନ ମାନି ୫୦ ଜଣରେ ହେବ ଦୋଳ ଯାତ୍ରା। ସାମାଜିକ ଦୂରତା ରଖି ସର୍ବାଧିକ ୨୦୦ ଲୋକରେ ବଡ଼ଯାତ୍ରା ହେବ ବୋଲି ଜିଲ୍ଲପାଳ ଘୋଷଣା କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.