ଭଦ୍ରକ: ନବଜାତ ଶିଶୁ ପୁତ୍ରକୁ ମନ୍ଦିର ନିକଟରେ ଛାଡ଼ି ମା’ ଫେରାର, ଶିଶୁ ସୁରକ୍ଷା ୟୁନିଟ କଲା ଉଦ୍ଧାର

ଭଦ୍ରକ(କେନ୍ୟୁଜ୍):  ନବଜାତ ଶିଶୁ ପୁତ୍ରକୁ ମନ୍ଦିର ନିକଟରେ ଛାଡ଼ି ମା ଫେରାର। ଶିଶୁଟିକୁ  ଅସୁସ୍ଥ ଅବସ୍ଥାରେ  ମେଡିକାଲରେ ଭର୍ତ୍ତି କରାଯାଇଛି।  ଏଭଳି ଏକ ଅବଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ।  ଏହି ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଜଣେ ଅଜଣା ମା ନିଜର ନବଜାତ ଶିଶୁ ପୁତ୍ରକୁ ଧରି ବସିରହିଥିଲେ। ପରେ ପାଖରେ ଥିବା ଜଣେ ଯୁବକଙ୍କ ପାଖରେ ଛାଡି ଏହିଠୁ ଆସୁଛନ୍ତି କହି ଆଉ ଆସି ନଥିଲେ। ଯୁବକ ଜଣକ ଦୀର୍ଘ ସମୟ ଅପେକ୍ଷା କରି ଠିଆ ହେବା ପରେ  ସେଠାରେ ଥିବା ଅନ୍ୟ ଲୋକମାନଙ୍କୁ ଏବିଷୟରେ  ଜଣାଇଥିଲେ।

ପରେ ସ୍ଥାନୀୟ ଲୋକେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଟାଉନ ପୋଲିସ ଓ ଚାଇଲ୍ଡ ଲାଇନ କତୃପକ୍ଷଙ୍କୁ ଜଣାଇଥିଲେ। ତୁରନ୍ତ ଏହି ଖବର ପାଇ ପୋଲିସ ଓ ଚାଇଲ୍ଡ ଲାଇନ କାର୍ଯ୍ୟକର୍ତାମାନେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଥିବା ସୂଚନା ମିଳିଛି। କିନ୍ତୁ ନବଜାତ ଶିଶୁଟିକୁ ନିଜ ଜନ୍ମ କଲା ମା କାହିଁକି ଛାଡି ଚାଲିଗଲା ତାହା ଜଣାପଡି ନାହିଁ।  ଏହି ଘଟଣା ଭଦ୍ରକ ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.