ପାଞ୍ଚ ଦିନ ପାଣି ଭିତରେ ଫସି ରହିବା ପରେ ଆଖି ବୁଜିଲା ଦନ୍ତା

ସମ୍ବଲପୁର(କେନ୍ୟୁଜ) : ପାଞ୍ଚ  ଦିନ ପାଣି ଭିତରେ ଫସି ରହିବା ପରେ ଆଖି ବୁଜିଲା ଦନ୍ତା । ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟ ପୋଖରୀ ପଙ୍କରେ ଫସିଥିବା ହାତୀର ମୃତ୍ୟୁ ହୋଇଛି ।

ଗତ ପାଞ୍ଚ ଦିନ ତଳେ ହାତୀଟି ପୋଖରୀରେ ପଶି ଯାଇ ପଙ୍କ ଭିତରେ ଫସି ରହିଥିଲା । ବନବିଭାଗ ଓ ଅଗ୍ନିଶମ ବାହିନୀ ଟିମ୍ ତାକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ହେଲେ ପାଣିରୁ ବାହାର କରିବା ସମ୍ଭବ ହୋଇ ପାରିନଥିଲା ।

ଫଳରେ ପାଣି ଭିତରେ ହାତୀର ଚିକିତ୍ସା ଚାଲିଥିଲା । ଔଷଧ ସହ ସାଲାଇନ୍ ଦିଆଯାଉଥିଲା । ହାତୀର ଚିକିତ୍ସା ଜାରି ରଖିଥିଲେ ଗୋଟିଏ ଡାକ୍ତରୀ ଦଳ । ଆଗ ଗୋଡର ଘା ଟିକେ ଶୁଖିବା ଆରମ୍ଭ କରିଥିଲା ।

ହେଲେ ଶେଷରେ ସମସ୍ତଙ୍କ ଉଦ୍ୟମ ବିଫଳ ହୋଇଛି । ଜୀବନ ଯୁଦ୍ଧରେ ହାରିଯାଇଛି ହାତୀ । ଆଜି ତାର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.