Below header

ତିନି ଦିନ ଛୁଟି ପରେ ଆଜିଠୁ ପୁଣି ଚାଲିବ ବିଧାନସଭା ଶୀତ ଅଧିବେଶନ, ଗୃହ ସରଗରମ ହେବା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍) : ତିନି ଦିନ ବିରତି ପରେ ଆଜିଠୁ ପୁଣି ଚାଲିବ ବିଧାନସଭା ଶୀତ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ସମ୍ଭାବନା ରହିଛି । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ପୂର୍ବରୁ ଗତ ୧୭ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିଲା । ବିଧାନସଭାର ଚତୁର୍ଥ ଦିନରେ ଗତ ୨୦ ତାରିଖରେ ଗୃହ ହୁଲସ୍ତୁଲ ହୋଇଥିଲା । ଶୂନ୍ୟକାଳରେ କଂଗ୍ରେସ-ବିଜେଡି ଭିତରି ସଂପର୍କ ଅଭିଯୋଗ ଆଣି ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳରେ ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଚିଠିକୁ ନେଇ ସେମାନେ ହୋହଲ୍ଲା କରିଥିଲେ । ଏଥିଯୋଗୁଁ ପ୍ରଶ୍ନକାଳ ଚାଲି ପାରିନଥିଲା । ସେହିପରି ଗୃହରେ ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଥିଲା ବିଜେଡି । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଛି । ତେବେ ଓଡ଼ିଶାର ଚାଷୀକୁଳ ପାଇଁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିଜେଡି ନିନ୍ଦା କରିଥିଲା । ଗତ ୨୧ ତାରିଖରୁ ତିନି ଦିନ ପାଇଁ ଗୃହ ସରକାରୀ ଛୁଟି ଯୋଗୁ ବନ୍ଦ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.