Below header

ଆପଣ ଜାଣିଛନ୍ତି କି, ଘିଅରେ ରହିଛି ଅନେକ ରୋଗର ପ୍ରତିରୋଧକ

ସକାଳେ ଶଯ୍ୟାତ୍ୟାଗ କଲା ପରେ କିଛି ଲୋକଙ୍କର ଅଭ୍ୟାସ ଥାଏ ଚା କିମ୍ବା କଫି ପିଇବା ଏବଂ ଆଉ କିଛି ଲୋକ ସିଧା ଜଳଖିଆ କରିବାକୁ ଉଚିତ ଭାବିଥାନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ନିଜର ସ୍ୱାସ୍ଥ୍ୟକୁ ନେଇ ଖୁବ୍ ସଚେତନ ଥାନ୍ତି  ଏବଂ ସେମାନେ ସକାଳେ ଉଠିବା ପରେ ଗରମ ପାଣି ଓ ମହୁ ଖାଇଥାନ୍ତି । ବା ପ୍ରାକୃତିକ ହଳଦୀ ପାଣି ପିିିିଇଥାନ୍ତି ।

ହେଲେ ଆପଣ ଜାଣନ୍ତି, ସକାଳେ ଖାଲି ପେଟରେ ଘିଅ ଖାଇଲେ ଅନେକ ଫାଇଦା ମିଳିଥାଏ । ଏହା ମଧ୍ୟ ଏକ ଭଲ ଅଭ୍ୟାସ ଅଟେ । କିନ୍ତୁ ଲୋକେ ଏହା ପସନ୍ଦ କରିନଥାନ୍ତି । ଅନେକ ଅଧ୍ୟୟନ ଓ ଆମର ଆୟୁର୍ବେଦ ଅନୁସାରେ ସକାଳେ ଖାଲି ପେଟରେ ଜଳଖିଆ ପୂର୍ବରୁ ଘିଅର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ହୋଇଥାଏ ।  ଆସନ୍ତୁ ଜାଣିବା ଏ ବିଷୟରେ ।

 ଶରୀରର ସମସ୍ତ କୋଷିକାକୁ ମଜବୁତ୍ କରିଥାଏ 

 ଆୟୁର୍ବେଦ ଅନୁସାରେ ଘିଅ ଶରୀର ସବୁ କୋଷିକାକୁ ମଜବୁତ୍ ଦେଇଥାଏ । ଏଥିପାଇଁ ଏହାକୁ ରସ କୁହାଯାଏ । କହିରଖୁଛି ଯେ , ରାସ ଏକ ପ୍ରକାରର ନ୍ୟୁଟିଏଣ୍ଟ ଅଟେ , ଯାହା ଖାଲି ପେଟରେ ଖାଇବା ଦ୍ୱାରା ଶରୀରର କୋଷିକାକୁ ପାଳନ ପୋଷଣ କରିବାରେ ସାହାଯ୍ୟ କରିଥାଏ । ଏବଂ ପୁରା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିଥାଏ ।

 ତ୍ୱଚାରେ ଚମକ ଆଣେ 

 ଅଳ୍ପ ଘିଅ ସେବନ କରିବାରେ ଆପଣଙ୍କ କୋଷିକାଗୁଡିକ ପୁନର୍ଜୀବିତ ହୋଇଥାଏ । ତ୍ୱଚାରେ ପ୍ରାକୃତିକ ଚମକ ଦେଖାଦିଏ । ଘିଅ ଆପଣଙ୍କର ଚର୍ମର ନାଚୁରାଲ୍ କୋମଳତାକୁ ବଜାୟ ରଖେ । ଚର୍ମକୁ ଶୁଷ୍କତାରୁ ବଂଚାଇଥାଏ ।

ଗଣ୍ଠିଗୁଡିକୁ ଆରାମ ଦିଏ 

 ଘିଅକୁ ସେବନ କରିବାରେ ଆପଣଙ୍କ ଝଂଜାରେ ଯନ୍ତ୍ରଣା ଓ ଗଣ୍ଠି ଆଦିରେ ସମସ୍ୟା ଉପୁଜିନଥାଏ । କାରଣ ଘିଅ ଏକ ନାଚୁରାଲ୍ ଲୁବ୍ରିକାଣ୍ଟ ଭଳି କାମ କରିଥାଏ । ଘିଅରେ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଥାଏ । ଯାହା ଅଷ୍ଟିଓ-ପୋରୋସିସ୍ ହେବାର ସମ୍ଭାବନାକୁ କମ୍ କରିଥାଏ । ଏବଂ ଶରୀରର ହାଡକୁ ସୁସ୍ଥ ରଖିଥାଏ ।

ମସ୍ତିଷ୍କକୁ ବିକଶିତ କରିଥାଏ 

 ଯଦି ଆପଣ ଘିଅକୁ ସକାଳେ ଖାଲି ପେଟରେ ସେବନ କରୁଛନ୍ତି ତ ଆପଣଙ୍କର ମସ୍ତିଷ୍କର କୋଷିକାଗୁଡିକ ଆକ୍ଟିଭ୍ ହୁଏ । ଏବଂ ନର୍ଭ ମଧ୍ୟ ପ୍ରେରିତ ହୋଇଥାଏ । ଯେଉଁ କାରଣରୁ ଆପଣଙ୍କର ସ୍ମୃତିଶକ୍ତି ଓ ଶିଖିବାର କ୍ଷମତା ବଢିଯାଇଥାଏ । ଏହାର ସେବନ ଦ୍ୱାରା ଆପଣଙ୍କୁ ଅଲଜିମର ଭଳି ରୋଗ ହେବାର ସମ୍ଭାବନା କମିଯାଇଥାଏ ।

ଓଜନକୁ ନିୟନ୍ତ୍ରଣ କରେ 

ଲୋକଙ୍କ ମଧ୍ୟରେ ଏହା ଏକ ବଡ ଭ୍ରମ ଥାଏ କି ଘିଅର ବ୍ୟବହାର କରିବା ଦ୍ୱାରା ତାଙ୍କର ଓଜନ ବଢିଥାଏ । କିନ୍ତୁ ଆପଣ ଯଦି ଖାଲି ପେଟରେ ୫ରୁ ୧୦ ଏମଏଲ ଘିଅ ସେବନ କରିବେ ତ ଏହାଦ୍ୱାରା ଆପନଙ୍କର ମେଟାବୋଲିକ ରେଟ୍ ବଢିଥାଏ ।ଏବଂ ଆପଣଙ୍କର ଓଜନ କମ୍ ହୋଇଥାଏ ।

କେଶ ଝଡିବା ରୋକିଥାଏ

ସକାଳେ ଖାଲି ପେଟରେ ଘିଅ ସେବନ କରିବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ । କାରଣ ଏଥିରୁ ପୁରା ନ୍ୟୁଟ୍ରିଏଣ୍ଟ ମିଳିଥାଏ । ଫଳରେ କେଶର କୋମଳତା , ଚମକତା ଆସିଥାଏ । ଏବଂ କେସ ଝଡିବା ରୋକିଥାଏ ।

କ୍ୟାନସର ରୋଗରୁ ମୁକ୍ତି ମିଳେ

ଘିଅରେ ଆଣ୍ଟି-କ୍ୟାନସର ଗୁଣ ରହିଛି । ଯାହା ଆପଣଙ୍କ ଶରୀରରେ କ୍ୟାନସର କୋଷକୁ ବଢିବାରେ ରୋକିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.