Below header

ନାବାଳିକା ଉଦ୍ଧାର, ଅପହରଣକାରୀ ମାଆ ପୁଅଙ୍କୁ ନିସ୍ତୁକ ମାଡ଼

ମୟୂରଭଞ୍ଜ(କେନ୍ୟୁଜ୍) : ନାବାଳିକା ଉଦ୍ଧାର । ଅପହରଣକାରୀ ମାଆପୁଅଙ୍କୁ ନିସ୍ତୁକ ମାଡ଼ । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୋଗ ଅନୁଯାୟୀ, ବାରିପଦା କାଳୀକାପୁର ଅଞ୍ଚଳରେ ସଂପୃକ୍ତ ନାବାଳିକାଙ୍କ ଘରକୁ ଦୁଇ ଦିନ ତଳେ ମଧ୍ୟପ୍ରଦେଶରୁ ରାଧା ଚୌଧୁରୀ ଓ ତାଙ୍କ ପୁଅ ଧର୍ମନ ଚୌଧୁରୀ ଆସିଥିଲେ । ସେମାନେ ନାବାଳିକାଙ୍କ ମାଉସୀଙ୍କ ସଂପର୍କୀୟ କହି ଘରେ ରହିଥିଲେ । ହେଲେ ଗତକାଲି ଅପରାହଣରେ ନାବାଳିକାଙ୍କୁ ଏକ ଅଟୋରେ ନେଇ ମଧ୍ୟପ୍ରଦେଶରୁ ମାଆ ପୁଅ ପଶ୍ଚିମବଙ୍ଗ ଗୋପିବଲ୍ଲଭପୁର ଅଭିମୁଖେ ପଳାଉଥିଲେ । ନାବାଳିକାଙ୍କ ପରିବାର ଲୋକ ସେମାନଙ୍କୁ ପିଛା କରି ଚାନ୍ଦୁଆ ଥାନା ଅଁଳାକୁଡ଼ା ନିକଟରେ ଅଟକାଇଥିଲେ । ଝିଅକୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ବାସିନ୍ଦା । ପରେ ଦୁଇ ଅପହରଣକାରୀଙ୍କୁ ସେମାନେ ପୋଲିସ ଜିମା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.