୪ ଘଣ୍ଟା ଜେରା ପରେ ଆୟକର ବିଭାଗ ଅଫିସରୁ ବାହାରିଲେ ଅର୍ଚ୍ଚନା ନାଗ

ଦୀର୍ଘ ସମୟ ଜେରା ପରେ ଆୟକର ବିଭାଗ ଅଫିସରୁ ବାହାରିଲେ ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ ।

ଭୁବନେଶ୍ୱର : ଦୀର୍ଘ ସମୟ ଜେରା ପରେ ଆୟକର ବିଭାଗ ଅଫିସରୁ ବାହାରିଲେ ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଦୀର୍ଘ ୪ ଘଣ୍ଟା ହେବ ଉଭୟଙ୍କୁ ଜେରା କରାଯାଇଥିଲା । ଆୟକର ଅଫିସରୁ ବାହାରିବା ପରେ ପ୍ରତିକ୍ରିୟାରେ କହିଛନ୍ତି ଯାହା ତାଙ୍କୁ ଆୟକର ପକ୍ଷରୁ ମଗା ଯାଇଥିଲା ତାର ତଥ୍ୟ ଦେଇଛନ୍ତି । ରାଜନୀତି ମୈଦାନକୁ ଓହ୍ଲାଇବେ କି ପ୍ରଶ୍ନରେ ଅର୍ଚ୍ଚନା କହିଥିଲେ ସମୟ ଆସିଲେ ସବୁ ଜାଣିବେ । ପୂର୍ବରୁ ଆୟକର ବିଭାଗ ଡାକି ଦୀର୍ଘ ସମୟ ଜେରା କରିଥିଲା । ତାଙ୍କ ଆକାଉଣ୍ଟରୁ ଆଉ କାହାକୁ ଟଙ୍କା ଟ୍ରାଞ୍ଜାକସନ୍ କରାଯାଇଛି ତାହାର ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.