Below header

ବେଧଡ଼କ ଭାବେ ସଫା କରାଯାଉଛି ଜଙ୍ଗଲ, ଏଥିପ୍ରତି କାହାର ବି ଦୃଷ୍ଟି ନାହିଁ

ଗୋଟିଏ ପଟେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଦୀର୍ଘ ବର୍ଷ ଲାଗୁଥିବା ବେଳେ ଓ ଏହି ମଣିଷକୃତ ଜଙ୍ଗଲର ଯତ୍ନ ନେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି, ମାତ୍ର କେତେକ କାଠ ମାଫିଆଙ୍କ ପାଇଁ ଏବେ ସମସ୍ତ ଜଙ୍ଗଲ ଧ୍ୱଂସ ଆଡକୁ ମୁହାଁଇଛି ।

ଗୋପ(କେନ୍ୟୁଜ): ଦିନକୁ ଦିନ ବିଭିନ୍ନ ବାହାନାରେ ଶହଶହ ସଂଖ୍ୟାରେ ବଡ଼ବଡ଼ ଗଛ ଗୁଡିକ ଦିନ ଦ୍ଵିପ୍ରହରରେ ରେ କଟାଯାଉଛି । ଆଉ ଖୁଲମ୍ ଖୁଲା ଗାଡ଼ିରେ ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଛି । ସ୍ଥାନୀୟ ବିଭଗୀୟ ଅଧିକାରୀଙ୍କ କାଠ ମାଫିଆଙ୍କ ଭିତିରି ସମ୍ପର୍କ କୁ ନେଇ ବଢିବାରେ ଲାଗିଛି କାଠ ଚୋରି । ଗୋଟିଏ ପଟେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଦୀର୍ଘ ବର୍ଷ ଲାଗୁଥିବା ବେଳେ ଓ ଏହି ମଣିଷକୃତ ଜଙ୍ଗଲର ଯତ୍ନ ନେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି, ମାତ୍ର କେତେକ କାଠ ମାଫିଆଙ୍କ ପାଇଁ ଏବେ ସମସ୍ତ ଜଙ୍ଗଲ ଧ୍ୱଂସ ଆଡକୁ ମୁହାଁଇଛି । ଆଗକୁ ଗରମ ବଢ଼ିବାର ଆଶଙ୍କା ଥିବାବେଳେ ଗୋପ ବ୍ଲକ ରାମଚଣ୍ଡି ଥାନା ଅଧିନସ୍ଥ ତୋରକର ପଞ୍ଚାୟତର ବାଲି ସାହିର ପ୍ରବେଶ ପଥରେ ଥିବା ୧୫ ଏକରରୁ ଉର୍ଦ୍ଧ୍ବ ତୋରକର ଗାଁ ଜଙ୍ଗଲରୁ ଶହଶହ ସଂଖ୍ୟାରେ ଗଛ ଚୋରି ହେଉଛି । ବଡ଼ ବଡ଼ ଗଛ ଗୁଡିକ କାଠ ମାଫିଆଙ୍କ ଦ୍ଵାରା କଟା ଯାଇ ଗାଡ଼ିରେ ବୁହାଯାଇ ବିକ୍ରି କରାଯାଉଥିବା ଦେଖାଯାଇଛି । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ସାରା ବିଶ୍ୱ ଏବେ ଗଛ ଲଗାଇ ସବୁଜ ବଳୟ ସୃଷ୍ଟି କରିବାରେ ବ୍ୟସ୍ତ । ପୃଥିବୀ ପୃଷ୍ଠକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି କିନ୍ତୁ ଏଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଜଙ୍ଗଲକୁ କାଟି ସଫା କରାଯାଉଛି । କାଠ ମାଫିଆଙ୍କ କବଜାରେ ଏ ଜଙ୍ଗଲ ରହିଛି । ମନ ଇଚ୍ଛା ଗଛ ଗୁଡ଼ିକ କଟାଯାଇ ବିକ୍ରି କରାଯାଉଛି । ଯଦି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତା ହୁଏତ ଏଭଳି ଗଛ କଟାକୁ ରୋକା ଯାଇପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.