ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ ଓ ପୋଲିସ୍: ୩ ଘଣ୍ଟାର କସରତ ପରେ ଚାପି ହୋଇ ରହିଥିବା ଡ୍ରାଇଭରକୁ କଲେ ଉଦ୍ଧାର

ରାୟଗଡ଼ା(କେନ୍ଯୁଜ୍): ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ ଓ ପୋଲିସ । ତିନି ଘଣ୍ଟାର କସରତ ପରେ ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକ ଭିତରେ ଚାପି ହୋଇଥିବା ଡ୍ରାଇଭରକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିବାଲି ନିକଟରେ ଏହି ଦୁର୍ଘଟଣା ହୋଇଥିଲା ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ଫୁଲବାଣୀ ଅଭିମୁଖେ ଆସୁଥିବା କାଠ ବୋଝେଇ ମିନି ଟ୍ରକ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଡ୍ରାଇଭର ଷ୍ଟିୟରିଂରେ ଚାପି ହୋଇ ରହିଥିଲେ । ତୁମୁଡିବନ୍ଧ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇଟି ଜେସିବି ମେସିନ୍‌ ଓ ଗ୍ୟାସ୍‌ କଟର ଜରିଆରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ତିନି ଘଣ୍ଟା ପରେ ସରିଥିଲା ଉଦ୍ଧାର ଅଭିଯାନ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.