ଯାଜପୁର ବୈତରଣୀ ନଦୀ ଗର୍ଭରୁ ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି ଉଦ୍ଧାର

ଯାଜପୁର ଟାଉନ(କେନ୍ଯୁଜ୍): ନଦୀ ପଠାରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି। ଯାଜପୁର ବ୍ଲକ କୁଞ୍ଜ ବିହାରୀପୁର ନିକଟରୁ ବୈତରଣୀ ନଦୀ ଗର୍ଭରୁ ବାଲି ଖନନ ସମୟରେ ପୁରାତନ ଦେବା ଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି। ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି ।

୪ ରୁ ୫ ଫୁଟ ଉଚ୍ଚତାର ଏକ ବୁଦ୍ଧ ମୂର୍ତି ଉଦ୍ଧାର ହୋଇଥିବା ବେଳେ ଓ ଅନ୍ୟ ଏକ ହନୁମାନ ମନ୍ଦିରର ଭଗ୍ନାଂଶ ମଧ୍ୟ ଉଦ୍ଧାର ହୋଇଛି। ଏଥି ସହିତ ବାଲି ତଳେ କୌଣସି ମନ୍ଦିରର ଭଗ୍ନାଂଶ ରହିଥିବା ଅନୁମାନ କରାଯାଉଛି। ତେବେ ଏହାର ରକ୍ଷଣାବେକ୍ଷଣ କରିବା ସହିତ ଅଧିକ ଖନନ କରିବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.