ଆଜି ୭ମ ଦିନରେ ଧାରଣା: କୋର୍ଟଙ୍କ ଅର୍ଡର ପରେ ବି ଶ୍ୱଶୁର ଘର ଆଗରେ ବୋହୂର ନ୍ୟାୟଭିକ୍ଷା

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ଆଗରେ ବୋହୂର ନ୍ୟାୟଭିକ୍ଷା । କୋର୍ଟଙ୍କ ଅର୍ଡର ପରେ ବି ଶ୍ୱଶୁର ଘର ଆଗରେ ଧାରଣାରେ ବସିଲେ ବ୍ରହ୍ମପୁରର ତପସ୍ୱିନୀ ଦାସ । ଆଜି ଧାରଣା ତାଙ୍କର ୭ମ ଦିନରେ ପହଞ୍ଚିଛି। ସେପଟେ ବ୍ରହ୍ମପୁର SDJM କୋର୍ଟରେ ଏକ ପିଟିସନର ଶୁଣାଣି ପାଇଁ ତପସ୍ୱିନୀଙ୍କୁ ୱାନ୍‌ ଷ୍ଟପ୍‌ ସେଣ୍ଟରର କର୍ମକର୍ତ୍ତା ପୋଲିସ ସୁରକ୍ଷାରେ କୋର୍ଟକୁ ଆଣିଥିଲେ।

SDJM ଛୁଟିରେ ଥିବାରୁ ଭାରପ୍ରାପ୍ତ ମାଜିଷ୍ଟ୍ରେଟ୍‌ କୋର୍ଟରେ ତପସ୍ୱିନୀଙ୍କ ସମେତ ତାଙ୍କ ସ୍ୱାମୀ ଓ ଶ୍ୱଶୁର ହାଜର ହୋଇଥିଲେ। ୨୯ ତାରିଖ ଯାଏ ସଖୀ କେନ୍ଦ୍ରରେ ରହିବା ନେଇ ରାୟ ଶୁଣାଇଥିଲେ ଏସ୍‌ଡିଜେଏମ୍‌ କୋର୍ଟ । ସ୍ୱାମୀଙ୍କ ଘରେ ରହିବା ନେଇ କୋର୍ଟରେ ଆବେଦନ କରିଥିଲେ ତପସ୍ୱିନୀ । ସ୍ୱାମୀଙ୍କୁ ପ୍ରଲୋଭିତ କରି ଶ୍ୱଶୁର ତାଙ୍କ ଠାରୁ ଦୂରେଇ ଦେଉଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.