ପ୍ଲାଷ୍ଟିକରୁ ପେଟ୍ରୋଲ ବାହାରିବା ପରେ ଏବେ ପାଣିରୁ ବିଦ୍ୟୁତ୍‌ ବାହାର କରୁଛନ୍ତି ଅଜୟ

ଖୋର୍ଦ୍ଧା (କେନ୍ୟୁଜ) : ପାଣିରୁ ବଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ । ଏକଥା ଆମେ ସମସ୍ତେ ଜାଣନ୍ତି । ତେବେ ଏଥିପାଇଁ ଦରକାର ହୁଏ ବଡ଼ ଭିତ୍ତିଭୂମି । ଯେମିତି କି ହୀରାକୁଦ ଜଳଭଣ୍ଡାର ଓ ଡୁଡୁମା ଜଳପ୍ରପାତରୁ ବିଜୁଳି ଉତ୍କାଦନ ହୋଇ ପାରୁଛି । ହେଲେ ଘରେ ବସି ସାଦା ପାଣିରୁ ବିଜୁଳି ବାହାର କରିବା କଥା କେହି କେବେ ଚିନ୍ତା କରିନଥିଲେ କିମ୍ବା ଉଦ୍ୟମ କରି ବିଫଳ ହୋଇଥିଲେ । ହେଲେ ଆପଣ ହୁଏତ ଏ କଥାକୁ ବିଶ୍ୱାସ କରିପାରୁ ନଥିବେ କିନ୍ତୁ ଏ ଯୁବକ ଜଣକ ତାହାକୁ ପ୍ରମାଣ କରି ଦେଖାଇଛନ୍ତି । ପୂର୍ବରୁ ପ୍ଲାଷ୍ଟିକରୁ ପେଟ୍ରୋଲ ଏବଂ ସମୁଦ୍ର ପାଣିରୁ ବିଦ୍ୟୁତ ଉତ୍ପାଦନ କରି ଚର୍ଚ୍ଚାରେ ଥିବା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଅଜୟ ବେହେରା ଏହି କାରନାମା କରିଥିବାର ଦାବି କରିଛନ୍ତି । ବିନା ବ୍ୟାଟେରୀ, ବିନା ବିଦ୍ୟୁତ ଚାର୍ଜରେ କେବଳ ନିଜେ ତିଆରି କରିଥିବା କେତୋଟି ସେଲ୍‌କୁ ପାଣିରେ ବୁଡାଇ ବିଦ୍ୟୁତ ଉତ୍ପାଦନ କରିଛନ୍ତି ଅଜୟ । ଆଉ ସେହି ବିଜୁଳି ଶକ୍ତି ଦ୍ୱାରା ନିଜ ଘରେ ମଧ୍ୟ ୧୨ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଆଲୁଅ ଜଳାଉଛନ୍ତି।

paniକୁହାଯାଏ କିଛି ନୂଆ କରିବାର ନିଶା ହିଁ ଉଦ୍ଭାବନର ବାଟ ବତାଇ ଦିଏ। ଯାହାକି ଖୋର୍ଦ୍ଧା ଜିଲ୍ଲା ଯାଆଁଳା ପଂଚାୟତ ରାଧାଚରଣପୁରର ଅଜୟଙ୍କ କ୍ଷେତ୍ରରେ ଦେଖା ଯାଇଛି। ଆର୍ଥିକ ଅନଟନ ତାଙ୍କୁ ଅଧିକ ପାଠ ପଢ଼ିବାର ସୁଯୋଗ ଦେଇନି ସତ ହେଲେ ତାଙ୍କ ଇଚ୍ଛା ଓ ବୁଦ୍ଧିକୁ କିଏ ବା ରୋକି ପାରିବ ? ତେଣୁ ତାଙ୍କ ମୁଣ୍ଡରେ ଥିବା ଏଭଳି ଇଞ୍ଜିନୟରିଂ ବୁଦ୍ଧିକୁ ସେ କାମରେ ଲଗାଇ ଦେଲେ । ପ୍ଲାଷ୍ଟିକ ଯୋଗୁ ପରିବେଶ ଦୂଷିତ ହେଉଛି । ଏହାକୁ ରିସାଇକେଲିଙ୍ଗ କରି କାମରେ ଲଗାଇ ହେବ । ଅଜୟଙ୍କ ଆବିଷ୍କାର ପେଟ୍ରୋଲିୟମର ବିକଳ୍ପ ପାଇଁ ଆଶାର ସଂଚାର କରିଥିଲା। ଆଉ ଏବେ ବିଦ୍ୟୁତ ସଙ୍କଟ ଦୂର କରିବା ପାଇଁ ଆରମ୍ଭ କରିଛନ୍ତି ଏକ ନୂଆ ପ୍ରୟାସ । ବିନା ବ୍ୟାଟେରୀ, ବିନା ବିଦ୍ୟୁତ ଚାର୍ଜରେ କେବଳ ନିଜେ ତିଆରି କରିଥିବା କେତୋଟି ସେଲକୁ ପାଣିରେ ବୁଡାଇ ବିଦ୍ୟୁତ ଉତ୍ପାଦନ କରିଛନ୍ତି ସେ।

କିଛି ଦିନ ପୂର୍ବେ କୋଣାର୍କର ସମୁଦ୍ର କୂଳରେ ଲୁଣି ପାଣିକୁ ନେଇ ପରୀକ୍ଷା କରିବା ପରେ କିଭଳି ସାଦା ପାଣିରୁ ବିଦ୍ୟୁତ ବାହାରିବ ତାକୁ ନେଇ ଗବେଷଣା ଆରମ୍ଭ କରି ଦେଇଥିଲେ । ଆଉ ସଫଳ ମଧ୍ୟ ହେଲେ। ସେହି ବିଦ୍ୟୁତ୍‌ରୁ ଏଲଇଡି ବଲକୁ ନିଜ ଘରେ ରାତି ଦିନ ଜଳାଇ ସଫଳ ହୋଇଛନ୍ତି ଅଜୟ। ସେଲ ଗୁଡିକ ଓଦା ଥିବା ପର୍ଯ୍ୟନ୍ତ ଲାଇଟ ଜଳିବ ବୋଲି କହିଛନ୍ତି । ତେବେ ବର୍ତ୍ତମାନର ବିଦ୍ୟୁତ୍ ସଂକଟ ଭିତରେ ଅଜୟଙ୍କର ଏହି ଆବିଷ୍କାର ନିହାତି ଭାବେ ଆଗାମୀ ଦିନରେ ବେଶ୍ ସହାୟକ ହେବ। ତେଣୁ ସରକାରୀ ସହାୟତା ହେଉ ଅବା ତାଙ୍କ ଉଦ୍ୟମକୁ କେଉଁ ସଂସ୍ଥା ବିନିଯୋଗ କରି ଏହି ସେଲ ନିର୍ମାଣରେ ତାଙ୍କୁ ସହଯୋଗ କଲେ ନିଶ୍ଚିତ ଭାବେ ବିଦ୍ୟୁତ ସଙ୍କଟ ଅନେକାଂଶରେ କମି ପାରିବ । ତେବେ ଅଜୟଙ୍କର ଏ ଦାବି ତାଙ୍କର ନିଜସ୍ୱ । ଯାହାର ବୈଜ୍ଞାନିକ ଉପାୟରେ ପରୀକ୍ଷା ନିରୀକ୍ଷା ହେବା ଜରୁରୀ । ଆଉ ଯଦି ଅଜୟଙ୍କ ଦାବିରେ ସତ୍ୟତା ଅଛି ତେବେ ତାଙ୍କୁ ପ୍ରୋତ୍ସାହନ ଦିଆଯିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.