Below header

ଭଦ୍ରକ : ହଦଗଡ଼ ଡ୍ୟାମରୁ ପାଣି ଛଡ଼ାଯିବା ପରେ ଶାଳନ୍ଦୀ ନଦୀରେ ବନ୍ୟା

ଭଦ୍ରକ (କେନ୍ୟୁଜ୍) : ଶାଳନ୍ଦୀ ନଦୀରେ ବନ୍ୟା । ଲଗାଣ ବର୍ଷା ସାଙ୍ଗକୁ ହଦଗଡ଼ ଡ୍ୟାମରୁ ପାଣି ଛଡ଼ାଯିବା ପରେ ଶାଳନ୍ଦୀ ନଦୀରେ ବନ୍ୟା ଆସିଛି । ଡ୍ୟାମର ୪ଟି ଗେଟରୁ ୩ହଜାର ୫୦୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଫଳରେ ଭଦ୍ରକ ଏବଂ ତିହିଡି ବ୍ଳକର ତଳିଆ ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ପାଣି । ବିଷ୍ଣୁପୁର ବିନ୍ଧା ପଞ୍ଚାୟତର ୫ଟି ଓ୍ଵାର୍ଡର ୩ ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି । ଭଦ୍ରକ ବ୍ଲକର ୨ଟି ପଞ୍ଚାୟତର ୮ଟି ଗାଁର ଲୋକେ ପାଣି ଘେରରେ ରହିଛି । ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ଚାଲିଥିବାବେଳେ ଲୋକଙ୍କ ଘରେ ବି ପଶିଛି ପାଣି । ବୋଡ଼କ-ଦୋଳସାହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସୁସୁଆ ଠାରେ ନାଳିଆ ନଦୀରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି। ଶହଶହ ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ଯାଇଛି । ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.