ମହାଭାରତରେ ବାହୁବଳୀ : ଏହି ଦମଦାର ଚରିତ୍ରରେ ନଜର ଆସିବେ ପ୍ରଭାସ

ଆମୀର୍ ଖାନଙ୍କର ଡ୍ରିମ୍ ପ୍ରୋଜେକ୍ଟ ମହାଭାରତକୁ ନେଇ ଗତ କିଛି ମାସ ହେବ ଖୁବ୍ ଚର୍ଚ୍ଚା ଚାଲିଛି । ସିନେମାର ବଜେଟ୍ ରହିଛି ୧୦୦୦କୋଟି । ଆମୀରଙ୍କ କହିବା ଅନୁଯାୟୀ ଏହି ଗୋଟିଏ ଫିଲ୍ମରେ ସମ୍ପୂର୍ଣ୍ଣ ମହାଭାରତକୁ ଦେଖାଇବା ସମ୍ଭବ ନୁହେଁ । ତେଣୁ ଏହା ଉପରେ ତିନିଟି ସିନେମା ତିଆରି ତିଆରି କରିବାକୁ ଚାହୁଁଛନ୍ତି । ସିନେମାକୁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆମୀର୍ ।

ଏବେ ସିନେମାକୁ ନେଇ ଆଉ ବଡ଼ ଖବର ଆସିଛି ସାମ୍ନାକୁ । ମହାଭାରତରେ କାମ କରିବେ ବାହୁବଳୀ । ଅର୍ଥାତ୍ ଏହି ସିନେମାରେ ଅଭିନୟ କରିବା ପାଇଁ ପ୍ରଭାସଙ୍କ ସହ କଥା ହୋଇଛନ୍ତି ଆମୀର୍ । ବ୍ଲକବଷ୍ଟର ସିନେମା ବାହୁବଳୀରେ ଯେଉଁଭଳି ଅଭିନୟ କରିଛନ୍ତି ପ୍ରଭାସ୍ ସେଥିରେ ଖୁବ୍ ପ୍ରଭାବିତ ହୋଇଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ । ତେଣୁ କୌଣସି ବି ପରିସ୍ଥିତିରେ ସେ ପ୍ରଭାସଙ୍କୁ ମହାଭାରତରେ ନେବାକୁ ଚାହୁଁଛନ୍ତି । ତେବେ ମହାଭାରତରେ ପ୍ରଭାସ କେଉଁ ଚରିତ୍ରରେ ଅଭିନୟ କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୂତ୍ରଅନୁସାରେ ଅର୍ଜୁନଙ୍କ ଚରିତ୍ରରେ ଅଭିନୟ କରିପାରନ୍ତି ପ୍ରଭାସ୍ ।

ଏହା ସହ ଦେଖନ୍ତୁ ବିକ୍ରି ହେବ କପୁର ଖାନଦାନର ସମ୍ମାନ ‘ଆରକେ ଷ୍ଟୁଡିଓ’

ସେହିପରି ସିନେମାର ନିର୍ଦ୍ଦେଶନା ଦାୟିତ୍ବ ଏସଏସ୍ ରାଜାମୌଲୀଙ୍କୁ ଦେଇ ପାରନ୍ତି ଆମୀର୍ ଖାନ୍ । କାରଣ ରାଜାମୌଲୀ ବଡ଼ ବଜେଟର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଆମୀର୍ ଖାନ୍ ନିଜେ ଏହି ସିନେମାରେ କର୍ଣ୍ଣ କିମ୍ବା କୃଷ୍ଣଙ୍କ ଭୂମିକାରେ ନଜର ଆସିପାରନ୍ତି । ସେହିପରି ଦୌପଦୀଙ୍କ ଚରିତ୍ରରେ ନଜର ଆସିବେ ଦୀପିକା ପାଦ୍ୟୁକୋନ୍ । ଫିଲ୍ମ ବାଜିରାଓ ମସ୍ତାନୀ ଏବଂ ପଦ୍ମାବତରେ ଯେଉଁଭଳି ଅଭିନୟ କରିଛନ୍ତି ଦୀପିକା ସେଥିରେ ଖୁବ୍ ପ୍ରଭାବିତ ଅଛନ୍ତି ଆମୀର୍ । ଖବର ଅନୁସାରେ ରିଲାଏନ୍ସ ଏଣ୍ଟରଟେନମେଂଟ୍ ଏହି ସିନେମାରେ ଟଙ୍କା ଲଗାଇବାକୁ ପ୍ରସ୍ତୁତ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.