Below header

ପାରଳାଖେମୁଣ୍ଡି : ପୋଲିସ ଘରେ ପଶିଲା ପୋଲିସ, ୨ଜଣ କନେଷ୍ଟବଳଙ୍କୁ ଧରିଲା ଭିଜିଲାନ୍ସ

ପାରଳାଖେମୁଣ୍ଡି (କେନ୍ୟୁଜ୍) : ପୋଲିସ ଘରେ ପଶିଲା ପୋଲିସ । ପାରଳାଖେମୁଣ୍ଡିରେ ୨ଜଣ ପୋଲିସ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି । ଭିଜିଲାନ୍ସ ଜାଲରେ ଫଶିଥିବା ଦୁଇ କନେଷ୍ଟବଳ ହେଲେ ରଞ୍ଜିତ ଲିମ୍ମା ଓ ତନୁଜ ସାବତ । ତାଙ୍କ ଘର ଓ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି । ଚଢ଼ାଉ ବେଳେ ସେମାନଙ୍କ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.