କାର୍ ଦୁର୍ଘଟଣାରେ ଏନଟିଆରଙ୍କ ପୁଅ ହରିକ୍ରିଷ୍ଣାଙ୍କ ନିଧନ

ହାଇଦ୍ରାବାଦ : ପୂର୍ବତନ ସାଂସଦ ତଥା ତାମିଲ ଫିଲ୍ମ ଷ୍ଟାର ଏନ୍ ହରିକ୍ରିଷ୍ଣାଙ୍କର ଦୁର୍ଘଟଣାରେ ପରଲୋକ ହୋଇଛି । ସେ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଟି ରାମାରାଓଙ୍କ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଶଳା । ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ହାଇଦ୍ରାବାଦରୁ ୧୦୦ କିମି ଦୂର ନାଲଗୋଣ୍ଡା ଠାରେ ତାଙ୍କ କାର୍ ଦୁର୍ଘଟଣାର ଗ୍ରସ୍ତ ହୋଇଥିଲା । ନେଲୋରରେ ଏକ ବାହାଘରରେ ଯୋଗ ଦେବାକୁ ଗଲା ବେଳେ ହରିକ୍ରିଷ୍ଣା ନିଜେ ତାଙ୍କ କାର ଚଳାଉଥିଲେ । ଅତି ଦ୍ରୁତ ବେଗରେ ଚାଲୁଥିବା କାରଟି ରାସ୍ତା ଉପର ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । କାରର ବେଗ ପ୍ରାୟ ୧୫୦ କିମି ଥିଲା ବୋଲି ପୋଲିସ୍ ଅନୁମାନ କରୁଛି । ୬୧ ବର୍ଷ ବୟସ୍କ ହରିକ୍ରିଷ୍ଣା ତେଲୁଗୁ ଦେଶମ ପାର୍ଟିର ପଲିଟିବ୍ୟୁରୋ ସଦସ୍ୟ ଥିଲେ ।

 

 

Leave A Reply

Your email address will not be published.