ଦୀର୍ଘ ୧୭ ବର୍ଷଧରି ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିଲେ ବୀର ଯବାନ, କରାଗଲା ଭବ୍ୟ ସ୍ୱାଗତ

ନୂଆପଡା ଜିଲ୍ଲା କୋମନା ବ୍ଲକ ଶୁକ୍ଲିମୁଣ୍ଡି ଗାଁର ଜଣେ ବୀର ଜବାନ ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଭବ୍ୟ ସ୍ଵାଗତ କରାଯାଇଛି । ଶୁକ୍ଲିମୁଣ୍ଡି ଗାଁର ସୁଦାମ ଚରଣ ଶବର ଦୀର୍ଘ ୧୭ ବର୍ଷ ଧରି ଭାରତୀୟ ସେନା ବାହିନୀରେ ଦେଶ ମାତୃକାର ସେବା କରିବା ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ।

ନୂଆପଡା ଜିଲ୍ଲା କୋମନା ବ୍ଲକ ଶୁକ୍ଲିମୁଣ୍ଡି ଗାଁର ଜଣେ ବୀର ଜବାନ ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଭବ୍ୟ ସ୍ଵାଗତ କରାଯାଇଛି । ଶୁକ୍ଲିମୁଣ୍ଡି ଗାଁର ସୁଦାମ ଚରଣ ଶବର ଦୀର୍ଘ ୧୭ ବର୍ଷ ଧରି ଭାରତୀୟ ସେନା ବାହିନୀରେ ଦେଶ ମାତୃକାର ସେବା କରିବା ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି । ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ବୀର ଜବାନଙ୍କ ସ୍ଵାଗତରେ ଶୁକ୍ଲିମୁଣ୍ଡି ଗାଁ ଉତ୍ସବ ମୁଖର ହୋଇପଡିଥିଲା ।

ନୂଆପଡା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳର ଶୁକ୍ଲିମୁଣ୍ଡି ଗାଁର ବୀର ଜବାନ ସୁଦାମ ଚରଣ ଶବର । ସେ ବାପା ଭୀମ ଶବର ଓ ମାଆ ଉମାକାନ୍ତି ଶବରଙ୍କ ସୁପୁତ୍ର । ବୀର ଜବାନ ସୁଦାମ ଚରଣ ଶବର ୩୧ ମାର୍ଚ୍ଚ ୨୦୦୭ ମସିହାରେ ଭାରତୀୟ ସେନାବାହିନୀରେ ଯୋଗଦାନ କରିଥିଲେ । ସେ ପ୍ରଥମେ ବିହାର ରେଜିମେଣ୍ଟରେ ଟ୍ରେନିଂ ନେବା ପରେ ସେଠାରେ ଦେଶମାତୃକାର ସେବାରେ ନିୟୋଜିତ ହୋଇଥିଲେ । ପରେ ବୀର ଜବାନ ସୁଦାମ ଚରଣ ଶବର ଝାରଖଣ୍ଡ, ମେଂଜୁକା, ହାଇଦ୍ରାବାଦ, ତାନନ୍ଧର ଭଳି ପ୍ରମୁଖ ସ୍ଥାନଗୁଡିରେ ନିୟୋଜିତ ହୋଇଥିଲେ । ଗତ ୨୦୦୮ ରେ ପାକିସ୍ତାନ ସୈନ୍ୟ ଏବଂ ୨୦୨୦ ରେ ଚୀନ ସୀମାନ୍ତ ଗଳଓାନ ଘାଟିରେ ଚାଇନା ସୈନ୍ୟଙ୍କ ସହ ଲଢେଇ କରିଥିଲେ ।

ଏଥିରେ ଉଭୟ ସୈନ୍ୟଙ୍କ ଅନେକ ଜବାନ ସହିଦ ହୋଇଥିବାର ବୀର ଜବାନ ସୁଦାମ ନିଜର ଅନୁଭୂତିରେ କହିଛନ୍ତି । ପରିଶେଷରେ ଜବାନ ସୁଦାମ ଦେଶମୃାତକାର ସେବାକରି ଗତ ୩୧ ମାର୍ଚ୍ଚରେ ସୈନ୍ୟବାହିନୀରୁ ଅବସର ନେଇ ନିଜ ଜନ୍ମ ମାଟି ଶୁକ୍ଲିମୁଣ୍ଡି ଗାଁକୁ ଫେରିଛନ୍ତି । ଜବାନ ସୁଦାମ ନିଜ ଜନ୍ମ ମାଟିକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଭବ୍ୟ ସ୍ଵାଗତ କରାଯାଇଛି । ଆଗକୁ ବି ଦେଶ ସେବା ଜାରି ରହିବ ଓ ଗାଁର ଯୁବକଙ୍କୁ ସେନାବାହିନୀରେ ଯୋଗଦାନ କରିବା ପାଇଁ ତାଲିମ ପ୍ରଦାନ କରି ଉତ୍ସାହିତ କରିବି ବୋଲି ସୁଦାମ କହିଛନ୍ତି ।

ଜବାନଙ୍କ ସ୍ଵାଗତରେ ଗାଁ ଲୋକାରଣ୍ୟ ହେବା ସହିତ ଉତ୍ସବ ମୁଖର ହୋଇପଡିଥିଲା । ବୀର ଜବାନ ସୁଦାମ ଶୁକ୍ଲିମୁଣ୍ଡି ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଗାଁ ଶେଷମୁଣ୍ଡରୁ ବାଜା ଢୋଲ ସହ ନାଚଗୀତ କରି ବିରାଟ ପଟୁଆରରେ ଘରକୁ ପାଛୋଟି ଆଣିଥିଲେ । ମହିଳାମାନେ ଫୁଲ ମାଳ ପିନ୍ଧେଇବା ସହ ଫୁଲ ଚନ୍ଦନରେ ବନ୍ଦାପଣା କରି ସ୍ଵାଗତ କରିଥିଲେ । ପରେ ଗାଁରେ ସ୍ଵାଗତ ସମ୍ୱର୍ଦ୍ଧନା ସଭାର ଆୟୋଜନ ମଧ୍ୟ କରିଥିଲେ । ଏଥିରେ ଅଞ୍ଚଳର ଶହ ଶହ ଛାତ୍ରଛାତ୍ରୀଙ୍କ ସମତେ ବରିଷ୍ଠ ନାଗରିକ, ବୁଦ୍ଧିଜୀବିମାନେ ଉପସ୍ଥିତ ରହି ବୀର ଜବାନ ସୁଦାମଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ।

ଏହାପରେ ଜବାନ ସୁଦାମ ମଧ୍ୟ ଗାଁର ବୟସ୍କ ବ୍ୟକ୍ତିମାନଙ୍କୁ ବ୍ଲାଙ୍କେଟ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ଯାହାକି ଶୁକ୍ଲିମୁଣ୍ଡି ଗ୍ରାମବାସୀଙ୍କ ମଧ୍ୟରେ ଦେଶଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପରେ ଉପସ୍ଥିତ ସମସ୍ତଙ୍କ ପାଇଁ ଭୋଜି ଭାତର ଆୟୋଜନ କରି ବେଶ ଖୁସୀ ମନେଇଥିଲେ । ଦୀର୍ଘ ୧୭ ବର୍ଷଧରି ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିବାଥିବାରୁ ବୀର ଜବାନ ସୁଦାମ ଶବର ଆମ ପାଇଁ ଗର୍ବ ଗୈାରବ ବୋଲି ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.