ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଗିରଫଦାରୀ ବିରୋଧରେ ଦେଶବ୍ୟାପୀ ଅନଶନ, ଏପ୍ରିଲ ୭ରେ ଜନ୍ତର ମନ୍ତରରେ ବସିବେ ଆପ୍‌ ନେତା

ଅନଶନରେ ବସିବେ ଆମ୍‌ ଆଦ୍‌ମୀ ପାର୍ଟିର ନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ପାର୍ଟିର ନେତାମାନେ ଦେଶବ୍ୟାପୀ ଅନଶନ କରିବେ ।

ଅନଶନରେ ବସିବେ ଆମ୍‌ ଆଦ୍‌ମୀ ପାର୍ଟିର ନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ପାର୍ଟିର ନେତାମାନେ ଦେଶବ୍ୟାପୀ ଅନଶନ କରିବେ । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଦଳୀୟ ନେତାମାନେ ଏପ୍ରିଲ ୭ରେ ଜନ୍ତର ମନ୍ତରରେ ଅନଶନରେ ବସିବେ ।

ଗୋପାଳ ରାୟ ଦଳର ରାଷ୍ଟ୍ରୀୟ ସଂଯୋଜକଙ୍କ ଗିରଫଦାରୀ ବିରୋଧରେ ଦେଶବ୍ୟାପୀ ଅନଶନର ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଆପଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ଅଛନ୍ତି, ତେବେ ଏପ୍ରିଲ ୭ରେ ଅନଶନ କରିପାରିବେ । ଆପଣ ଯେକୌଣସି ସ୍ଥାନରେ, ଘରେ କିମ୍ବା ନିଜ ସହରରେ ସାମୂହିକ ଅନଶନ କରିପାରିବେ ।

ଗୋପାଳ ରାୟ କହିଛନ୍ତି, ଆପ୍‌କୁ ଶେଷ କରିବା ଉଦ୍ଦେଶ୍ୟରେ ଦଳର ଶୀର୍ଷ ନେତୃତ୍ୱଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ, ଆପ୍‌ ସାଂସଦ, ବିଧାୟକ, କାଉନସିଲର ଏବଂ ପଦାଧିକାରୀ ଏପ୍ରିଲ ୭ରେ ଜନ୍ତର ମନ୍ତରରେ ଅନଶନ କରିବେ । ଏହା ଏକ ଖୋଲା କାର୍ଯ୍ୟକ୍ରମ ହେବ । ଛାତ୍ର ସଙ୍ଗଠନ, କୃଷକ ସଙ୍ଗଠନ ଏବଂ ବ୍ୟବସାୟୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ ।

କେଜ୍ରିୱାଲଙ୍କୁ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା । ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ।

ସେପଟେ ତିହାର ଜେଲରେ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁନାହିଁ । ଗିରଫ ହେବା ପରେ ଜେଲରେ ତାଙ୍କ ଓଜନ ୪ କେଜିରୁ ଅଧିକ କମିଯାଇଛି, ଯାହାକୁ ନେଇ ଡାକ୍ତର ଚିନ୍ତାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.