ପୁଣି ବନ୍ଧୁକ ଓ ଭୁଜାଲି ଦେଖାଇ ୯ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ, ଏଟିଏମ୍‌ ମେସିନରେ ଟଙ୍କା ଡିପୋଜିଟ୍‌ ବେଳେ ଲୁଟିନେଲେ

ଭଦ୍ରକ(କେନ୍ୟୁଜ୍):ଭଦ୍ରକ ଟାଉନ ଥାନା ଚରମ୍ପାରେ ୨୯ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ । ଏଟିଏମ୍‌ ମେସିନରେ ଟଙ୍କା ଡିପୋଜିଟ୍‌ ବେଳେ ଲୁଟିନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ୍‌ । ଚରମ୍ପା ଲଷ୍ମୀ ନାରାୟଣ ମନ୍ଦିର ନିକଟ ଏସବିଆଇ ବ୍ୟାଙ୍କ ଏଟିଏମରେ ଟଙ୍କା ଡିପୋଜିଟ୍‌ ବେଳେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଦୁଇଟି ବାଇକରେ ୬ ଜଣ ଲୁଟେରା ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ୍‌ କରିଛନ୍ତି । ଲୋଡ୍‌ କରୁଥିବା ୪ କର୍ମଚାରୀଙ୍କୁ ଟାଉନ ଥାନାରେ ପଚରାଉଚୁରା କରୁଛି ପୋଲିସ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.