ପୁଣି ଜଳେଶ୍ବର କମର୍ଦ୍ଦା ଅଞ୍ଚଳରୁ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ବର(କେନ୍ୟୁଜ୍): ବାରମ୍ବାର ଚଢଉ ସତ୍ତ୍ବେ ବି ଥମୁ ନାହିଁ ଧଳା ଜହର କାରବାର।  ଗତ କାଲି ରାତିରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ କମର୍ଦ୍ଦା ଥାନା ଅଞ୍ଚଳରେ ଚଢଉ କରି ୨୬୦ ଗ୍ରାମର ଧଳା ଜହର ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଧଳା ଜହର ଆନୁମାନିକ ବଜାରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ।
ସୂଚନା ଅନୁସାରେ ଗତ କାଲି କମର୍ଦ୍ଦା ଅଞ୍ଚଳରେ ଧଳା ଜହର କାରବାର କରୁ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କମର୍ଦ୍ଦା ଥାନା ଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଥିବା ୫୭ ନଂ ରାଜ୍ୟ ରାଜପଥ କଡ଼ରେ ଏକ ଦୋକାନ ମଧ୍ୟରେରେ କିଛି ଯୁବକକୁ ଧଳା ଜହର ବିକ୍ରି କରୁ ଥିବା ଭିଡିଓ ବୋଲି ଜଣା ପଡିଥିଲା ।ଏହାପରେ ଜଳେଶ୍ୱର ଏବଂ ଭୋଗରଇ ଅବକାରୀ ବିଭାଗ ଗତକାଲି ରାତିରେ ମିଳିତ ଚଢ଼ାଉ କରି ଅମ୍ବୁ ଦାସ ନାମକ ଏକ ଧଳା ଜହର ବେପାରୀକୁ ଗିରଫ କରିବା ସହିତ ବ୍ରାଉନସୁଗାର ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.