ପୁଣି ଅନୁଭବଙ୍କୁ ନେଇ ଚର୍ଚ୍ଚା, ବର ବେଶରେ ଥିବାରୁ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍ସ

କେନ୍ୟୁଜ୍(ବ୍ୟୁରୋ): ପୁଣି ଅନୁଭବଙ୍କୁ ନେଇ ଚର୍ଚ୍ଚା । ଅଭିନେତା ଅନୁଭବ ମହାନ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ । ବର ବେଶରେ ନଜର ଆସିଛନ୍ତି ଅନୁଭବ। ତେବେ ଏହା ରିଅଲରେ ନୁହେଁ ରିଲ୍‌ର। ଏକ ସୁଟିଂ ସେଟ୍‌ର ଏହା ଦୃଶ୍ୟ। ଯାହାର EXCLUSIVE ଭିଡିଓ ଲାଗିଛି କେନ୍ୟୁଜ୍ ହାତରେ। ଅଭିନେତା ଅନୁଭବ ମହାନ୍ତିଙ୍କ ବର ବେଶରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବର ବେଶରେ ତାଙ୍କୁ ଦେଖିବା ପରେ କେହି କେହି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ନୂଆ ଇନିଂସ କଥା ବି କହୁଛନ୍ତି । ଅନୁଭବ-ବର୍ଷାଙ୍କ ବିବାଦ ଭିତରେ ଏହି ଫଟୋ ଭାଇରାଲ ହୋଇଛି । ହେଲେ ଚର୍ଚ୍ଚାର ଅନ୍ତ ଘଟାଇଛି କେନ୍ୟୁଜ୍ । ଏହି ଫଟୋଟି ତାଙ୍କର ଆଗକୁ ଆସୁଥିବା ଏକ ଫିଲ୍ମର । ଏହାର ସୁଟିଂ ମୟୂରଭଞ୍ଜରେ ହୋଇଥିଲା । ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.