ତାଳଚେରରେ ପୁଣି ଆତଙ୍କ : ଦେଉଳବେଡ଼ା ତେଲି ସାହିରେ ଦବିଗଲା ୫୦ ଫୁଟର ମାଟି, ବିଶାଳ ଗାତକୁ ଦେଖି ଲୋକେ ଥରହର

ତାଳଚେର (କେନ୍ୟୁଜ୍): ତାଳଚେରରେ ପୁଣି ଦବିଲା ମାଟି। ହାଣ୍ଡିଧୁଆଁ ସ୍ଥିତ ଦେଉଳବେଡ଼ା ତେଲି ସାହି ନିକଟରେ ଏକ ଜମିରେ ମାଟି ଧସିଛି। ଧୀରେ ଧୀରେ ଅଧିକରୁ ଅଧିକ ମାଟି ଧସୁଥିବାରୁ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ପାଖାପାଖି ୫୦ ଫୁଟ ମାଟି ଧସିଛି। କଲିୟାରୀ ପୋଲିସ ଓ MCL ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସମ୍ପୃକ୍ତ ଅଞ୍ଚଳକୁ ପୋଲିସ ଘେରାଇ ରଖିଥିବା ବେଳେ ଲୋକଙ୍କୁ ଯିବାକୁ ବାରଣ କରୁଛି। ସେପଟେ ଗ୍ରାମବାସୀ ସୁରକ୍ଷା ଓ କ୍ଷତିପୂରଣ ଦାବିରେ ତାଳଚେର-ଅନୁଗୁଳ ରାସ୍ତା ଅବରୋଧ କରିଛନ୍ତି।

ତାଳଚେର କୋଇଲାଖଣିରୁ କୋଇଲା ଉତ୍ତୋଳନ ପରେ ସେସବୁ ଗର୍ତ୍ତରେ ଠିକ୍‌ ଭାବେ ବାଲି ଭର୍ତ୍ତି କରାଯାଉ ନଥିବାରୁ ତାଳଚେର ସହର ସମେତ ଆଖପାଖ ଅଞ୍ଚଳରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି । ତେଲି ସାହିରେ ସୃଷ୍ଟି ହୋଇଥିବା ଏହି ବିରାଟ ଗାତରେ ଏବେ ଚାଷ ଜମିକୁ ଆସୁଥିବା ପାଣି ସବୁ ପଶୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.