କରୋନା ଭାଇରସ୍‌ ସନ୍ଦେହରେ ଓଡ଼ିଶାରେ ଆଉ ଜଣେ ଛାତ୍ରୀ କଟକ ବଡ଼ ମେଡିକାଲରେ ଭର୍ତ୍ତି, ଚୀନ୍‌ର ଉହାନ୍‌ ବିଶ୍ୱବିଦ୍ୟାଳୟରେ ଥିଲେ ଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଡରାଉଛି କରୋନା । ଭାଇରସ୍‌ ସନ୍ଦେହରେ ଓଡ଼ିଶାରେ ଆଉ ଜଣେ ଛାତ୍ରୀ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେ ଚୀନ୍‌ର ଉହାନ୍‌ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ୧୯ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କଠାରେ ଫ୍ଲୁ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଏସବିସିରେ ଭର୍ତ୍ତି କରାଯାଇଛି । ଆଇସୋଲେସନ୍‌ ଓ୍ଵାର୍ଡରେ ତାଙ୍କୁ ରଖାଯାଇ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ । ପୂର୍ବରୁ ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର ବର୍ତ୍ତମାନ କରୋନା ଭାଇରସ୍‌ ସନ୍ଦେହରେ ଅବଜରଭେସନରେ ଅଛନ୍ତି । ସେପଟେ ଭୁବନେଶ୍ୱରରେ ୫ଜଣ ହୋମ୍‌ ଆଇସୋଲେସନରେ ଅଛନ୍ତି । ୫ଜଣଙ୍କ ରକ୍ତ ନମୁନା ପୁନେ ଏନଆଇଭିକୁ ପଠାଯାଇଛି । ଏପଟେ ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ସମୀକ୍ଷା ହୋଇଥିଲା । ଏଣିକି ଚୀନ ସହ ମାଲେସିଆ, ହଂକଂ, ସିଙ୍ଗାପୁର, ଥାଇଲାଣ୍ଡରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବ । ଯେଉଁମାନେ ଆଇସୋଲେସନରେ ଅଛନ୍ତି, ସେମାନେ ୧୪ ଦିନ ପଯ୍ୟର୍ନ୍ତ ବାହାରେ ନବୁଲିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଚୀନରୁ ଓଡିଶାକୁ ଆସିଥିବା ବ୍ୟକ୍ତି ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୦୬୭୪-୨୩୯୦୪୬୬ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.