Below header

ପୁଣି ଲଘୁଚାପ, ପୁଣି ବର୍ଷା

ଭୁବନେଶ୍ବର (କେ ନ୍ୟୁଜ୍) : ଉତ୍ତର ବଙ୍ଗୋପସାଗରରେ ପୁଣିଥରେ ଦାନା ବାନ୍ଧୁଛି ଲଘୁଚାପ । ୧୯ରୁ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଫଳରେ ୨୦ରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୪୮ଘଣ୍ଟା ପର୍ୟ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ । ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ଥିବାରୁ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡ଼ା ସମେତ ଉତ୍ତର ଓଡ଼ିଶାରେ ବର୍ଷା । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୩ଦିନ ଧରି ଲଘୁଚାପ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.