ପୁରୀ: ଦୋଳବେଦୀ ନିକଟରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଚାଲିଛି ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ। ଦୋଳବେଦୀ ନିକଟରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଚାଲିଛି ଉଚ୍ଛେଦ। କଡା ସୁରକ୍ଷା ମଧ୍ୟରେ ପ୍ରସାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମାଜିଷ୍ଟ୍ରେଟ୍‌ ଓ ପୋଲିସ ଫୋର୍ସ ମୁତୟନ କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ର ଭଙ୍ଗାଯାଉଛି। ଅସ୍ଥାୟୀ ଭାବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ବଳିଆପଣ୍ଡାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୮ଟି ୱାର୍ଡର ସେବାୟତ, ତାଙ୍କ ପରିବାର, ତୀରଥଯାତ୍ରୀ ଓ ପର୍ଯ୍ୟଟକ ନିର୍ଭର କରନ୍ତି। ଗତ ୨ ତାରିଖରେ ୭୫ମିଟର ପରିଧି ଭିତରେ ଆସୁଥିବା ବିସ୍ଥାପିତଙ୍କ ଅତିରିକ୍ତ ପ୍ରତ୍ସୋହାନ ରଶିର ସମୟ ଅବଧି ଶେଷ ହୋଇଥିବାବେଳେ ଗତକାଲି ମୁଖ୍ୟମନ୍ତ୍ରୀ ଏହି ସମୟକୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.