ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଗ୍ରିକଲଚର ମ୍ୟାନେଜର ନିଖୋଜ

ବରଗଡ଼(କେନ୍ୟୁଜ୍): ବ୍ୟାଙ୍କ କର୍ମଚାରୀ ନିଖୋଜ। ନିଖୋଜ କର୍ମଚାରୀ ବରଗଡ଼ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର। ବଲାଙ୍ଗିର-ସମ୍ବଲପୁର NH-୨୬ରେ ଚେରୁପାଲି ଅଂଗନଦୀ ବ୍ରିଜ ଉପରୁ ତାଙ୍କ ବାଇକ୍‌, ବ୍ୟାଗ୍‌, ହେଲମେଟ୍‌ ମିଳିିଥିବାବେଳେ ତାଙ୍କ ପତ୍ତା ମିଳିପାରିନି। ଦିବ୍ୟରଞ୍ଜନ ଗତକାଲି ବ୍ୟାଙ୍କକୁ ଯାଇଥିଲେ। ସନ୍ଧ୍ୟା ୬ଟାରେ ନିଜ ସ୍ତ୍ରୀଙ୍କୁ କଲ୍‌ କରି ଘରକୁ ଫେରୁଥିବା କହିଥିଲେ।

କିନ୍ତୁ ରାତି ୭ଟା ପରେ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ହୋଇଯାଇଥିଲା। ତାପରେ ପରିବାରଲୋକେ ବିନିକା ଅଞ୍ଚଳକୁ ଯାଇ ଖୋଜାଖୋଜି କରିଥିଲେ। ରାତିରେ ଖବର ମିଳିଥିଲା ଯେ, ଚେରୁପାଲି ବ୍ରିଜ ଉପରେ ଏକ ବାଇକ୍‌ ଥୁଆ ହୋଇଛି। ପରିବାର ଲୋକେ ଯାଇ ଚିହ୍ନଟ କରିଥିଲେ। ଲୋଇସିଂହା ଏବଂ ଡୁଙ୍କଗୁରିପାଲି ପୋଲିସ ପହଞ୍ଚି ତଦନ୍ତ କରିଥିଲେ।

ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରାଯିବ। ସେପଟେ ପରିବାର ଲୋକ କହିଛନ୍ତି ଦିବ୍ୟରଞ୍ଜନଙ୍କ କେହି ଶତ୍ରୁ ନଥିଲେ। ପରିବାର ସହିତ ମଧ୍ୟ କୌଣସି ବିବାଦ ନଥିଲା। ତେଣୁ ସେ ଆତ୍ମହତ୍ୟା କରିନଥିବେ। ଅନ୍ୟ କିଛି ଅଘଟଣ ହୋଇଥିବା ଆଶଙ୍କା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.