ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଆଉ କିଛି ସମୟ ଭିତରେ ଖୋଲିବା ୧୦ଟି ଗେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ ଏବେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାର ନାଗାବଳୀ, ବଂଶଧାରା ଓ ଋଷିକୂଲ୍ୟା ନଦୀ ଫୁଲିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷୁଛି ।

ଏପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା । ଯାହାଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ୨ ଘଣ୍ଟା ମଧ୍ୟରେ ଖୋଲିବ ଗେଟ୍‌ । ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍‌ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ମହାନଦୀ ମଧ୍ୟକୁ କେହି ନ ଯିବାକୁ ପରାମର୍ଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.