ବିଷ ବଳୟରେ ଅନୁଗୋଳ ଜିଲ୍ଲା, ବାୟୁ ପ୍ରଦୂଷଣର ସ୍ଥିତି ସାଂଘାତିକ

ବିଷ ବଳୟରେ ଅନୁଗୋଳ ଜିଲ୍ଲା । ପ୍ରଦୂଷଣ ଅତି ସାଂଘାତିକ ରୂପ ନେଇଛି । ତାଳଚେରରେ ବି ଉତ୍କଟ ସ୍ଥିତି । ଏଠାରେ ବାୟୁ ପ୍ରଦୂଷଣ ମାତ୍ରା ହୁ ହୁ ବଢୁଛି । ଦିନକୁ ଦିନ ଖରାପ ହେବାରେ ଲାଗିଛି ସ୍ଥିତି ।

ଅନୁଗୋଳ (କେନ୍ୟୁଜ୍‌ ଓଡ଼ିଶା): ବିଷ ବଳୟରେ ଅନୁଗୋଳ ଜିଲ୍ଲା । ପ୍ରଦୂଷଣ ଅତି ସାଂଘାତିକ ରୂପ ନେଇଛି । ତାଳଚେରରେ ବି ଉତ୍କଟ ସ୍ଥିତି । ଏଠାରେ ବାୟୁ ପ୍ରଦୂଷଣ ମାତ୍ରା ହୁ ହୁ ବଢୁଛି । ଦିନକୁ ଦିନ ଖରାପ ହେବାରେ ଲାଗିଛି ସ୍ଥିତି । ଗତକାଲି ଅନୁଗୋଳର ଏୟାର୍ କ୍ବାଲିଟି ଇଣ୍ଡେକ୍ସ ବା ବାୟୁର ମାନ ସୂଚକାଙ୍କ ୩୫୨ ରହିଥିଲା । ପ୍ରତିବର୍ଷ ଶୀତଦିନେ ଅନୁଗୋଳର ପବନରେ ବିଷାକ୍ତ ଧୂଳିକଣା ଭର୍ତ୍ତି ହୋଇଯାଉଛି। ଏବେ ଦେଶରେ ସବୁଠୁ ପ୍ରଦୂଷିତ ସହର ଭିତରେ ଆଗରେ ରହିଛି ତାଳଚେର । ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୩୩୬ ରହିଛି, ଯାହା ଅତି ଖରାପ ବର୍ଗରେ ଆସୁଛି ।

ଦ୍ବିତୀୟ ସ୍ଥାନରେ ରହିଛି ଆସାମ ଗୁଆହାଟୀ । ସେଠାରେ AQI ରହିଛି ୩୧୭ । ବିଶାଖାପାଟଣା ସହରରେ AQI ରହିଛି ୩୧୩ । ଦେଶର ଏହି ତିନିଟି ସହ ଅତି ଖରାପ ଶ୍ରେଣୀରେ ରହୁଛି । ଅନୁଗୋଳ ଜିଲ୍ଲାର ତାଳଚେର, କଣିହାଁ ଏବଂ ଛେଣ୍ଡିପଦା ବ୍ଲକ୍ କଳାହୀରା ପାଇଁ ପରିଚୟ ଲାଭ କରିଛି। ଏହି ଅଞ୍ଚଳରୁ ବ୍ୟାପକ କୋଇଲା ଉତ୍ତୋଳନ ଯୋଗୁ ବାୟୁମଣ୍ଡଳରେ ଭର୍ତ୍ତି ହୋଇଯାଉଛି ବିଷାକ୍ତ ଧୂଳିକଣା । ପରିବହନ ସମୟରେ କିଛି କୋଇଲା ବୋଝେଇ ଗାଡ଼ି ପାଲ ଘୋଡ଼ାଉ ନ ଥିବାରୁ ଗୁଣ୍ଡ ଉଡ଼ି ବାୟୁରେ ମିଶୁଛି।

ଅନୁଗୋଳ ଜିଲ୍ଲାରେ ମଧ୍ୟ ରହିଛି ଏକାଧିକ ବୃହତ୍ ଇସ୍ପାତ କାରଖାନା। ସେହିପରି ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଶକ୍ତି ଉତ୍ପାଦନ ପ୍ରକଳ୍ପ ମଧ୍ୟ ରହିଛି। ଏହି ସବୁ କାରଖାନାକୁ ପ୍ରତିଦିନ ହଜାର ହଜାର ଭାରୀଯାନ ଚଳାଚଳ କରୁଛି। ଏଥିଯୋଗୁ ବାୟୁମଣ୍ଡଳରେ ବିଷାକ୍ତ ଧୂଆଁ ଓ ଧୂଳିକଣା ମିଶି ପ୍ରଦୂଷଣ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.