ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ, ୨୫ଟି ଟିମ୍ ନିୟୋଜିତ

ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ । ୫ଟି ରେଞ୍ଜରେ ୨୫ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ଭୋର ୫ଟା ୩୦ରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ପ୍ରତି ଟିମ୍‌ରେ ୩ରୁ ୪ ଜଣ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି ।

ବ୍ରହ୍ମଗିରି (କେନ୍ୟୁଜ୍‌ ଓଡ଼ିଶା): ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ । ୫ଟି ରେଞ୍ଜରେ ୨୫ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ଭୋର ୫ଟା ୩୦ରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ପ୍ରତି ଟିମ୍‌ରେ ୩ରୁ ୪ ଜଣ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି ।

ଗୋଟିଏ ଟିମ୍ ପୁରୀ ସାତପଡା ରାସ୍ତାର ନୂଆ ଜଗନ୍ନାଥ ସଡ଼କଠାରୁ ପଥରପଦା, ଦ୍ବିତୀୟ ଟିମ୍ କାଠୁଆ ଆରେଡି ଛକଠାରୁ ଖଜୁରିଆ, ତୃତୀୟ ଟିମ ଢାବା ଛକଠାରୁ ଗୋଲାର, ଚତୁର୍ଥ ଟିମ ସୁନାମୁହିଁ ଛକଠାରୁ ଆରମ୍ଭ କରି ବାହ୍ୟ ଚିଲିକାର ବରକୁଦି, ବାଘଲାଞ୍ଜି, ନହରବାଲି ଅଞ୍ଚଳରେ ଗଣନା କରୁଛନ୍ତି ।

ଗଣନା କାର୍ଯ୍ୟରେ ବନବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ, ସ୍ବେଚ୍ଛାସେବୀ ସାମିଲ ଅଛନ୍ତି । ଅନ୍ୟପଟେ କୋରାପୁଟ ବନଖଣ୍ଡରେ ମଧ୍ୟ ପକ୍ଷୀ ଗଣନା କରାଯାଉଛି । ୬ଟି ରେଞ୍ଜର ୨୩ଟି ସ୍ଥାନରେ ଚାଲିଛି ଗଣନା କାର୍ଯ୍ୟ । ବାଘରା, ଡଙ୍ଗରମାଳିଗୁଡ଼ା, ରାଣିଗଡ଼, ଦାମନଯୋଡ଼ି ରେଡମଡ ପଣ୍ଡ, କୋଲାବ, କେଚଲା, ନାରାୟଣପାଟଣା, ଦଶମନ୍ତପୁର ସମେତ ୨୩ଟି ସ୍ଥାନରେ ପକ୍ଷୀ ଗଣନା କରାଯାଉଛି । କିଛି ସ୍ଥାନରେ ଘନ କୁହୁଡି ଯୋଗୁ ପକ୍ଷୀ ଗଣନାରେ ସମସ୍ୟା ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.