ଆସନ୍ତ ୨୩ ରୁ ଆରଡି ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିପାରିବେ ଭକ୍ତ 

ଚାନ୍ଦବାଲି(କେନ୍ଯୁଜ୍): କୋଭିଡ ନିୟମ ଅନୁସାରେ ଆସନ୍ତା ୨୩ତାରିଖରେ ଖୋଲିବ ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର । ୨୩ତାରିଖ ଠାରୁ ଭକ୍ତମାନେ ଦର୍ଶନ କରିପାରିବେ ଆଖଣ୍ଡଳମଣୀଙ୍କୁ । ଭକ୍ତମାନେ ମନ୍ଦିର ଭିତରକୁୁ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ କରିବା ସହ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ସେହିଭଳି ସପ୍ତାହର ପ୍ରତ୍ୟେକ ଶନିବାର ମନ୍ଦିର ପରିସର ସାନିଟାଇଜ ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରତ୍ୟେକ ଦିନ ସକାଳ ୬ଟାରୁ ସଂନ୍ଦ୍ୟା ୬ଘଟିକା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିପାରିବେ । ତାହାସହ ଭକ୍ତମାନେ ନିଜ ସାଥିରେ ଭୋଗ ନେଇପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେର୍ଶ ନାମା ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.