୨୦୨୩-୨୪ ନୂଆ ଅବକାରୀ ନୀତି : ମହଙ୍ଗା ହେବ ମଦ ଦର, ନୂଆ ଦୋକାନ ଖୋଲିବାକୁ ନାହିଁ ଅନୁମତି

ଆସନ୍ତା ଏପ୍ରିଲ ପହିଲାରୁ ଭାରତରେ ପ୍ରସ୍ତୁତି ବିଦେଶୀ ମଦ (ଆଇଏମଏଫଏଲ) ଦର ବୃଦ୍ଧି ପାଇବ। ସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିପରି ଅନ୍‌ ସପ୍‌ ମଦ ଦୋକାନ ଲାଇସେନ୍ସ ଫି ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ୨୦୨୩-୨୪ ପାଇଁ ନୂଆ ଅବକାରୀ ନୀତି । ମହଙ୍ଗା ହେବ ମଦ ଦର । ଆସନ୍ତା ଏପ୍ରିଲ ପହିଲାରୁ ଭାରତରେ ପ୍ରସ୍ତୁତି ବିଦେଶୀ ମଦ (ଆଇଏମଏଫଏଲ) ଦର ବୃଦ୍ଧି ପାଇବ । ରାଜ୍ୟ ସରକାର ଆଇଏମଏଫଏଲ ଉପରେ ଅବକାରୀ ଶୁଳ୍କରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହାସହ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍‌ ସପ୍‌ ଦୋକାନ ଖୋଲିବା ପାଇଁ ଅନୁମତି ମିିଳିବ ନାହିଁ । ନୂଆ ଅବକାରୀ ନୀତିରେ ଲାଇସେନ୍ସ ଫି, ଏମଜିକ୍ୟୁ, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି, ଯୋଗାଣକାରୀ ଓ ରିଟେଲର ଫିରେ ସାମାନ୍ୟ ବୃଦ୍ଧି ହୋଇଛି । ସମସ୍ତ ପ୍ରକାର ଅଫ୍‌ସପ୍‌ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି ।

ସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲ ଗୁଡିକର ରୁମ୍‌ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍‌ ସପ୍‌ ଲାଇସେନ୍ସ ପ୍ରଦାନ କରିପାରିବେ । ସବୁ ପ୍ରକାର ଅନ୍‌ ସପ୍‌ ମଦ ଦୋକାନ ଲାଇସେନ୍ସ ଫି ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

ସେହିପରି ଅଫ୍‌ ସପ୍‌ ଲାଇସେନ୍ସ ନବୀକରଣ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ମିଲିଟାରୀ କ୍ୟାଣ୍ଟିନ୍‌ ଲାଇସେନ୍ସ ନବୀକରଣ ମୂଲ୍ୟ ୨୫ ହଜାର ଟଙ୍କା ରହିଥିବା ବେଳେ ୨୦ଟି ବର୍ଗରେ ଲାଇସେନ୍ସ ଫି ଧାର୍ଯ୍ୟ ହୋଇଛି । ସମସ୍ତ ପ୍ରକାର ବିୟର ଉପରେ ବ୍ୟବସାୟୀ ୧୨% ଲାଭ ରଖିପାରିବେ । ଦେଶୀ ମଦ ଉପରେ ୧୦%, ବିଦେଶୀ ମଦ ଓ ଓ୍ଵାଇନ୍‌ ବାହାରୁ ଆମଦାନୀ ହୋଇଥିଲେ ତା ଉପରେ ୧୦% ଲାଭ ରଖାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.