ଦୟା ନଦୀରେ ନାବାଳକ ନିଖୋଜ ଘଟଣା: ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲା ମୃତଦେହ
ଦୟା ନଦୀରେ ଗାଧୋଇବା ବେଳେ ହଠାତ୍ ଗୋଡ ଖସି ଯାଇ ଗଭୀର ପାଣିକୁ ଭିତରକୁ ଚାଲି ଯାଇଥିଲେ ନାବାଳକ । ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲା ମୃତଦେହ।

ଭୁବନେଶ୍ୱର (କେନ୍ୟୁଜ): ଦୟା ନଦୀରେ ୧୪ ବର୍ଷର ବାଳକ ନିଖୋଜ ଘଟଣା । ଗତକାଲି ରାତିରେ ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲା ମୃତଦେହ । ଆଜି ସକାଳୁ ସକାଳୁ ଅଗ୍ନିଶମ ଓ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିଲା ।
ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଦୟାନଦୀକୁ ତିନି ଜଣ ସାଙ୍ଗଙ୍କ ଶହ ଗାଧୋଇବାକୁ ଯାଇଥିଲେ ନାବାଳକ ସୁମିତେନ୍ଦ୍ର। ପାରିବାର ଲୋକଙ୍କ କହିବା ଅନୁଯାୟୀ ସୁମିତେନ୍ଦ୍ର ବାହାରକୁ ଖେଳିବାକୁ ଯାଉଛି ବୋଲି କହି ଅନ୍ୟ ତିନି ଜଣ ଛାତ୍ର ମାନଙ୍କ ସହିତ ମିଶି ଦୟା ନଦୀକୁ ଆସିଥିଲେ ଗାଧୋଇବା ପାଇଁ।
ହଠାତ୍ ଗୋଡ ଖସି ଯାଇ ଗଭୀର ପାଣିକୁ ଚାଲି ଯାଇଥିଲେ। ସୁମିତେନ୍ଦ୍ର ପାଣିରେ ବୁଡି ଯାଉଥିବା ସମୟରେ ପାଖରେ ଥିବା ଅନ୍ୟ ଛାତ୍ର ମାନେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲେ। ତେବେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଅନେକ ଖୋଜା ଖୋଜି କରିଥିଲେ। ହେଲେ ନିଖୋଜ ଛାତ୍ରଙ୍କୁ ପାଇ ନଥିଲେ ପରିବାର ଲୋକ। ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜ ଖୋଜି କରିବା ପରେ ଉଦ୍ଧାର ହେଲା ମୃତଦେହ।