Below header

ଟ୍ରକ ଧର୍ମଘଟକୁ ପ୍ରତ୍ୟାହର କରିଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ

ନୁଆଦିଲ୍ଲୀ: ୮ ଦିନ ପରେ ଧର୍ମଘଟ ପ୍ରତ୍ୟାହର କରିଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ। ଟ୍ରକ ଧର୍ମଘଟ ଯୋଗୁଁ ସପ୍ତାହେ ହେଲା, ଖାଦ୍ୟ ସାମଗ୍ରୀ ସହ ଶିଳ୍ପାନୁଷ୍ଠାନଗୁଡିକରେ ମାଲ ପରିବହନ ବନ୍ଦ ରହିଥିଲା। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ, ଟ୍ରକ ମାଲିକଙ୍କ ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେବା ପରେ, ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଦାବି ଉପରେ ବିଚାର କରିବାକୁ ଏକ କମିଟି ଗଠନ କରାଯାଇଛି। ତୈଳ ଉପରେ ଶୁଳ୍କ, ଇନ୍ସୁରେନ୍ସ ପ୍ରିମିୟମ୍ ସହ ଜାତୀୟ ରାଜପଥରେ ଟୋଲ୍ ହ୍ରାସ ନେଇ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଦାବି କରିଥିଲା। ଆସୋସିଏସନ ମୁତାବକ ଧର୍ମଘଟ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦେଶର ଅର୍ଥନୀତିକୁ ୫୦ ହଜାର କୋଟି ଟଙ୍କାର କ୍ଷତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.