Below header

୧ରୁ ଖୋଲିବ ରାଜ୍ୟର ସବୁ ମେଡିକାଲ କଲେଜ,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ଯୋଗୁଁ ବନ୍ଦ ଥିବା ରାଜ୍ୟର ସବୁ ମେଡିକାଲ କଲେଜ ଡିସେମ୍ବର ୧ରୁ ଖୋଲିବ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସାମାଜିକ ଦୂରତ୍ୱ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ, SOP ପାଳନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟତଃ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ମେଡିକାଲ କଲେଜ ଖୋଲା ଯାଉଛି । ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର ୧ ତାରିଖ କିମ୍ବା ତା ପୂର୍ବରୁ ମେଡିକାଲ କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ମସିହା ଫେବୃଆରୀ ୧ ତାରିଖରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ । ପିିଜି ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଆସନ୍ତାବର୍ଷ ଜୁଲାଇ ୧ ତାରିଖରୁ ହେବ । କରୋନା ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମେଡିକାଲ କଲେଜର ଶିକ୍ଷାଦାନକୁ ବନ୍ଦ କରିଥିଲେ । ଏବେ ଦୀର୍ଘ ୮ ମାସ ପରେ ମେଡିକାଲ କଲେଜ ଖୋଲିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.