୧ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶ,ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ହେବ ୩ ପ୍ରକାର କୋଭିଡ୍‌ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏହାପୂର୍ବରୁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ୩ ପ୍ରକାର କୋଭିଡ୍‌ ପରୀକ୍ଷା କରାଯାଇଛି। ଆଣ୍ଟିଜେନ୍‌, ଆଣ୍ଟିବଡି ଓ RTPCR ଟେଷ୍ଟ କରାଯାଇଛି। ବିଧାନସଭା ପରିସରରେ ୨ଟି ସ୍ଥାନରେ ୨ଟି କ୍ୟାମ୍ପ କରାଯାଇ ଟେଷ୍ଟିଂ ହେଉଛି। ସେପ୍ଟେମ୍ବର ୧ରୁ ୯ ତାରିଖ ଯାଏ ଅଧିବେଶନ ଚାଲିବ ।

assembly

ଚଳିତ ଅଧିବେଶନରେ ରହିବ ମୋଟ ୮ଟି କାର୍ଯ୍ୟ ଦିବସ । ପ୍ରତିଦିନ ୨ଟି ପର୍ଯ୍ୟାୟରେ ୫ ଘଣ୍ଟା ବସିବ ଅଧିବେଶନ । ଏପଟେ ଅସୁସ୍ଥତା ଯୋଗୁଁ ଯେଉଁ ସଦସ୍ୟମାନେ ଗୃହକୁ ଆସିପାରିବେନି ସେମାନଙ୍କ ପାଇଁ ଭିଡିଓ କନଫରେନ୍‌ସିଂର ବ୍ୟବସ୍ଥା କରାଯାଇଛି। ଗୃହ କାର୍ଯ୍ୟ ସୁରୁଖୁରରେ ଚାଲିବା ନେଇ ଆଶା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.