ଫୁଲୁଛି ବୈତରଣୀ: ଭଦ୍ରକରେ ବନ୍ୟା ସ୍ଥିତି, ୪ ବ୍ଲକରେ ସମସ୍ତ ସ୍କୁଲ ଛୁଟି

ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଏନେଇ ୪ଟି ବ୍ଲକରେ ଥିବା ସବୁ ସ୍କୁଲ ଆଜି ଛୁଟି ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି । ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଏନେଇ ୪ଟି ବ୍ଲକରେ ଥିବା ସବୁ ସ୍କୁଲ ଆଜି ଛୁଟି ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଗାଁ ଜଳବନ୍ଦୀ ଥିବା ବେଳେ ରାସ୍ତା ଉପରେ ପାଣି ଚାଲୁଛି।

ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୧୮.୪୫ ମିଟର । ବନ୍ୟା ସ୍ଥିତି ମୁକାବିଲା ଲାଗି NDRF ଟିମ୍ ମୁତୟନ ରହିଛି । ସେପଟେ ଭଦ୍ରକ ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଛି । ଧୂସୁରି , ଅସୁରାଳି , କସିମପୁର , ହାସ୍ନାବାଦ , ପଙ୍ଗଟା , ଫଳପୁର ଆଦି ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.